Latest Odisha News

କମ୍ୟୁନିଷ୍ଟ ସରକାରର ବଡ ନେତାଙ୍କ ବିରୋଧରେ ଚୀନର ଟେନିସ ଖେଳାଳି ପେଙ୍ଗ ଆଣିଲେ ମି ଠୁ ଅଭିଯୋଗ

ବେଜିଂ: ଚୀନର ଷ୍ଟାର ମହିଳା ଟେନିସ ଖେଳାଳି ପେଙ୍ଗ ଶୁଆଇ ଆଜି କମ୍ୟୁନିଷ୍ଟ ସରକାରର ବଡ ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଝାଙ୍ଗ ଗାଓଲିଙ୍କ ବିରୋଧରେ ମି ଠୁ ଅଭିଯୋଗ ଆଣିଛନ୍ତି । ଝାଙ୍ଗ ୨୦୧୩ରୁ ୧୮ ପର୍ଯ୍ୟନ୍ତ ପୋଲିଟବ୍ୟୁରୋ ଷ୍ଟାଣ୍ଡିଂ କମିଟିରେ କାର୍ଯ୍ୟ କରିଥିଲେ । ଯାହା କି ଚୀନ ରାଜନୀତିରେ ଝଡ ସୃଷ୍ଟି କରିଛି । ଚୀନର ସୋସିଆଲ ସାଇଟରେ ପେଙ୍ଗ ଯୌନ ଶୋଷଣ କରାଯାଇଥିବା ନେଇ ପୋଷ୍ଟ କରିଥିଲେ । ଅବଶ୍ୟ ଏହାର କିଛି ସମୟ ମଧ୍ୟରେ ପୋଷ୍ଟ ଡିଲିଟ ହୋଇଥିଲା । ତେବେ ଚୀନର ଜଣେ ସାମ୍ବାଦିକ ଏହାର ସ୍କ୍ରିନଶଟ ଶେୟାର କରିଥିଲେ ।

ବିଶ୍ୱର ଏହି ପୂର୍ବତନ ଏକ ନମ୍ବର ଖେଳାଳି ଭାରତର ସାନିଆ ମିର୍ଜାଙ୍କ ସହ ୨୦୧୭ ଚାଇନା ଓପନରେ ଖେଳିଥିଲେ । ସୂଚନାଯୋଗ୍ୟ ୨୦୧୮ରେ ମି ଠୁ ଅଭିଯାନ ଆରମ୍ଭ ହୋଇଥିଲେ ।

Leave A Reply

Your email address will not be published.