Latest Odisha News

ପାକିସ୍ତାନୀଙ୍କ ନିଦ ହଜାଇଦେଲା କ୍ରିକେଟର୍ ବାବରଙ୍କୁ ନେଇ ମାଇକେଲ ଭନ୍‌ଙ୍କ ଟୁଇଟ୍

ଭୁବନେଶ୍ୱର: ନାମିବିଆକୁ ହରାଇବା ପରେ ବାବର ଆଜମଙ୍କ ନେତୃତ୍ୱରେ ପାକିସ୍ତାନୀ କ୍ରିକେଟ୍ ଟିମ୍ ସେମି ଫାଇନାଲରେ ପ୍ରବେଶ କରିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ପରେ ୨୦ ଓଭରରେ ପାକିସ୍ତାନୀ ଟିମ୍ କରିଥିଲା ୧୮୯ ରନ୍ । ଅନ୍ୟପଟେ ନାମିବିଆ ଶତଚେଷ୍ଟା କରିଥିଲେ ସୁଦ୍ଧା ମାତ୍ର ୧୪୪ ରନ୍ କରିପାରିଥିଲା ।

BjdElectrycity

ଟି୨୦ ବିଶ୍ୱକପରେ ପାକିସ୍ତାନୀ ଦଳ ତଥା ଅଧିନାୟକ ବାବରଙ୍କ ପ୍ରଦର୍ଶନକୁ ନେଇ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଥିଲା । ଏହା ମଧ୍ୟରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ୍ ମଧ୍ୟ ବାବରଙ୍କୁ ପ୍ରଶଂସା କରିବା ଉଦ୍ଦେଶ୍ୟରେ ଏକ ଟୁଇଟ୍ କରିଥିଲେ । ଏଥିରେ ସେ ଭୁଲବଶତଃ ବାବର ଆଜମ ବଦଳରେ ବାବର ଆଡାମ୍ ଲେଖିଦେଇଥିଲେ । ବାସ୍ ଏହି ଟୁଇଟ୍ ପରେ ପାକିସ୍ତାନୀ ନାଗରିକ ତଥା ସମର୍ଥକମାନେ ମାଇକେଲଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଦେଇଥିଲେ ।

ସୋସିଆଲ ମିଡିଆରେ ଭିନ୍ନଭିନ୍ନ ତରିକାରେ ମାଇକେଲଙ୍କୁ ସମାଲୋଚନା କରିବାକୁ ପଛାଇନଥିଲେ ପାକିସ୍ତାନୀ ନାଗରିକ । ଅନ୍ୟପଟେ ଆସନ୍ତା ରବିବାର ଦିନ ପାକିସ୍ତାନ ଶାରଜାହରେ ସ୍କଟଲାଣ୍ଡ ସହ ନିଜ ଆଗାମୀ ମ୍ୟାଚ୍ ଖେଳିବା ଲାଗି ପ୍ରସ୍ତୁତ ହେଉଛି । ତେବେ ଏ କଥା ସତ ଯେ, ପ୍ରାୟତଃ ସମୟ ନିଜ ବିବାଦୀୟ ଟୁଇଟ୍‌କୁ ନେଇ ମାଇକେଲ ଚର୍ଚ୍ଚାରେ ରହିଥାନ୍ତି ।

Leave A Reply

Your email address will not be published.