Latest Odisha News

BREAKING NEWS

ଫ୍ୟାନୀ ବ୍ଲାଙ୍କର୍ସ-କୋଏନ ଗେମ୍ସରୁ ଓହରିଲେ ନୀରଜ

ନୂଆଦିଲ୍ଲୀ: ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ହେଙ୍ଗେଲୋରେ ହେବାକୁ ଥିବା ଫ୍ୟାନୀ ବ୍ଳାଙ୍କର୍ସ-କୋଏନ ଗେମ୍ସରୁ ଓହରି ଯାଇଛନ୍ତି । ନେଦରଲାଣ୍ଡର ଏହି ଆନ୍ତର୍ଜାତୀୟ ପ୍ରତିଯୋଗିତା ଆରମ୍ଭ ହେବା ପୂର୍ବରୁ ନୀରଜ ମାଂସପେଶୀଜନିତ ସମସ୍ୟାରେ ପଡିଥିଲେ । ଡାକ୍ତରଙ୍କ ପରାମର୍ଶ ପରେ ସେ ଓହରିଯିବା ପାଇଁ ନିଷ୍ପତି ନେଇଥିଲା । ଜୁନ ୪ରେ ସେ ମୁକାବିଲାରେ ଅଂଶଗ୍ରହଣ କରିଥାନ୍ତେ । ସୋସିଆଲ ମିଡିଆରେ ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଆଘାତ ଜୀବନର ଅଂଶବିଶେଷ । ମୁଁ ବ୍ୟକ୍ତିଗତ ଭାବେ ଏ ନେଇ ଦୁଃଖୀତ । ଆପଣମାନଙ୍କ ସହଯୋଗ ନେଇ ଧନ୍ୟବାଦ ଜଣାଉଛି ବୋଲି ନୀରଜ ଲେଖିଛନ୍ତି । ସେ ଏହା ପରେ ଜୁନ ୧୩ରୁ ଫିନଲାଣ୍ଡରେ ହେବାକୁ ଥିବା ପାଭୋ ନୁର୍ମି ଗେମ୍ସରେ ଅଂଶଗ୍ରହଣ କରିଥାନ୍ତେ ।

ଯଦି ସେ ସମ୍ପୂର୍ଣ୍ଣ ଭାବେ ଫିଟ ହୋଇଥିବେ ତାହାହେଲେ ଖେଳିବେ ବୋଲି ସୂଚନା ଦେଇଛନ୍ତି । ୨୫ ବର୍ଷୀୟ ନୀରଜ ଏହି ଇଭେଂଟରେ ୮୯.୪୦ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ରୌପ୍ୟ ପଦକ ହାସଲ କରିଥିଲେ । ୨୦୨୩ ସଂସ୍କରଣରେ ଚୋପ୍ରା ଦୋହା ଡାଇମଣ୍ଡ ଲେଗରେ (୮୮.୬୭ ମିଟର)ରେ ପ୍ରଥମ ସ୍ଥାନରେ ରହିଥିଲେ । ଜୁନ ୨୦ରେ ସୁଇଜରଲାଣ୍ଡର ଲୌସାନେରେ ପରବର୍ତୀ ଡାଇମଣ୍ଡ ଲେଗରେ ଅଂଶଗ୍ରହଣ କରିବେ ।

Leave A Reply

Your email address will not be published.