Latest Odisha News

ଭାରତୀୟ ବାୟୁସେନା ମିଗ-୨୧ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ ଶହୀଦ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଏକ ମିଗ-୨୧ ଯୁଦ୍ଧ ବିମାନ ରାଜସ୍ଥାନର ଜୈସଲମେର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି । ଏଥିରେ ପାଇଲଟ ଶହୀଦ ହୋଇଥିବା ଜଣାପଡିଛି । ପାକିସ୍ତାନ ସୀମା ନିକଟବର୍ତି ସୁଦାସରୀ ଡେଜର୍ଟ ନ୍ୟାଶନାଲ ପାର୍କ ନିକଟରେ ଏହି ବିମାନଟି ହଠାତ ବୈଷୟିକ ତ୍ରୁଟି ଯୋଗୁ ଖସି ପଡିଥିଲା ।

ଏହି ସ୍ଥାନ ଆର୍ମି ନିୟନ୍ତ୍ରଣରେ ଥିବାରୁ ସେଠାକୁ କାହାକୁ ଛଡା ଯାଉ ନାହିଁ । ପୋଲିସ ଏବଂ ଫାୟାରବ୍ରିଗେଡ ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ପଂହଚିଥିଲେ । ସୂଚନାଯୋଗ୍ୟ, ଅଗଷ୍ଟ ୨୦୨୧ରେ ବାଡମେର ନିକଟରେ ଆଉ ଏକ ମିଗ-୨୧ ବିମାନ କ୍ରାଶ ହୋଇଥିଲା ।

Leave A Reply

Your email address will not be published.