Latest Odisha News

୧୩୦୬ ଗୋଡ ଥିବା ଜୀବ ଅଷ୍ଟ୍ରେଲିଆରୁ ଉଦ୍ଧାର

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ବୈଜ୍ଞାନିକମାନେ ୧୩୦୬ ଗୋଡ ଥିବା ଏକ ମିଲପେଡ ଉଦ୍ଧାର କରିଛନ୍ତି । ଏହା ବିଶ୍ୱର ପ୍ରଥମ ପ୍ରାଣୀ ଯାହାର ୧୦୦୦ରୁ ଅଧିକ ଗୋଡ ରହିଛି । ୨୦୦ ଫୁଟ ମାଟି ତଳୁ ୯୫ ମିଲିଲିଟର ଲମ୍ବା ଏହି ପ୍ରାଣୀକୁ ବୈଜ୍ଞାନିକମାନେ ଖୋଜି ବାହାର କରିଥିଲେ । ଏହାର ନାମ ଇମିଲିପିସ ପେରସେଫୋନ (ଗ୍ରୀକ ଭାଷା ଅନୁସାରେ ମାଟି ତଳର ରାଣୀ) ରଖାଯାଇଛି । ପୂର୍ବରୁ ୭୫୦ ଗୋଡ ଥିବା ପ୍ରାଣୀ କାଲିଫୋର୍ଣ୍ଣିଆରେ ମିଳିଥିଲା । ପ୍ରଥମ ଥର ପାଇଁ ୪୦ କୋଟି ବର୍ଷ ତଳେ ମିଲିପେଡସ ମିଳିଥିଲା । ଏହି ପ୍ରଜାତିକୁ ମିଶାଇ ବର୍ତମାନ ସୁଦ୍ଧା ୧୩୦୦୦ ପ୍ରକାରର ମିଲିପେଡସ ମିଳି ସାରିଛନ୍ତି ।

ଅଷ୍ଟ୍ରେଲୀୟ ବୈଜ୍ଞାନିକମାନେ ୨ଟି ମେଲ ଏବଂ ୨ଟି ଫିମେଲ ମିଲିପେଡସ ପାଇଥିଲେ । ଫିମେଲଙ୍କ ଗୋଡ ସଂଖ୍ୟା ୧୩୦୬ ଓ ୯୯୮ ଥିବା ବେଳେ ଫିମେଲଙ୍କର ୮୧୮ ଓ ୭୭୮ ରହିଛି । ଆଲୋକ ଏବଂ ପୋଷଣର ଅଭାବ ଯୋଗୁ ଏମାନଙ୍କ ଗୋଡ ବହୁତ ଛୋଟ ହୋଇଥାଏ ।

Leave A Reply

Your email address will not be published.