Latest Odisha News

BREAKING NEWS

ବିକ୍ରି ହେଲା “ଆଲ୍ଲାଦିନ୍ କା ଚିରାଗ” କିଣିଲା କିଏ ?

ଉତ୍ତରପ୍ରଦେଶ: ଆଲ୍ଲାଦିନ୍ କା ଚିରାଗ କଥା କାନରେ ପଡିଲେ ମନେପଡିଯାଏ ଅନେକଙ୍କର ପିଲାଦିନ । ଏପରିକି ଆଜି ବି ଏହି କାହାଣୀକୁ ନେଇ ଫିଲ୍ମ କିମ୍ବା ସିରିଜ ଦେଖିବାକୁ ମିଳେ । ହେଲେ ସତରେ କ’ଣ ଆଲ୍ଲାଦିନର ଚିରାଗର କିଛି ଅସ୍ତିତ୍ୱ ଥିଲା, ନା କେବଳ କଳ୍ପନାରେ ସିମୀତ ଥିଲା ସେହି କୁହୁକ ଦୀପ ? ତେବେ ନିକଟରେ ଉତ୍ତରପ୍ରଦେଶରେ ଆଲ୍ଲାଦିନ କା ଚିରାଗ ବିକ୍ରି ହେବା ନେଇ ଖବର ମିଳିଛି ।

ମିରଟରେ ଜଣେ ଲଣ୍ଡନ ଫେରନ୍ତା ଡାକ୍ତର ନିଜ ମନୋସ୍କାମନା ପୂରଣ କରିବା ପାଇଁ ନେଇଥିଲେ ଅଜବ ନିଷ୍ପତ୍ତି । ଦୁଇ ଜଣ ତାନ୍ତ୍ରିକଙ୍କଠାରୁ କିଣିଥିଲେ ଆଲ୍ଲାଦିନ୍ କା ଚିରାଗ । ଆଉ ତା ପୁଣି ଅଢେଇ କୋଟି ଟଙ୍କା ମୂଲ୍ୟରେ । ହେଲେ ଶେଷରେ ସେହି କୁହୁକ ଦୀପ ନକଲି ଜଣାପଡିବା ପରେ ସାମ୍ନାକୁ ଆସିଥିଲା ଠକେଇ ଷଢଯନ୍ତ୍ର ।

ଖୈରନଗରେ ଏଭଳି ଘଟଣା ସାମ୍ନାକୁ ଆସିଥିଲାବେଳେ ଠକାମୀରେ ପଡିଥିବା ଡାକ୍ତରଙ୍କ ପରିଚୟ ହେଉଛି ଲଇକ୍ ଖାନ୍ । ଲଇକ୍ ଖାନଙ୍କ ଅନୁଯାୟୀ ୨୦୧୮ରେ ସମୀନା ନାମକ ଜଣେ ରୋଗୀ ତାଙ୍କ ସଂସ୍ପର୍ଶରେ ଆସିଥିଲେ । ସର୍ଜରୀ ପରେ ଡ୍ରେସିଂ ପାଇଁ ଡାକ୍ତର ବାବୁ ନିୟମିତ ଭାବେ ତାଙ୍କ ଘରକୁ ଯିବା ଆସିବା ବି କରୁଥିଲେ ।

ସେହି ସମୟରେ ସମୀନାଙ୍କ ଘରେ ଇସଲାମୁଦ୍ଦିନ୍ ନାମକ ଜଣେ ତାନ୍ତ୍ରିକଙ୍କ ସହ ଡାକ୍ତରଙ୍କର ଦେଖା ହୋଇଥିଲା । ତାନ୍ତ୍ରିକ ଜଣକ ଆଲ୍ଲାଦିନ କା ଚିରାଗ ବିଷୟରେ ତାଙ୍କୁ ବିଭିନ୍ନ ବାହାସ୍ପୋଟ୍ ମାରିଥିଲା । କଥା ଛଳରେ ଫସିଯାଇ କୋଟିପତି ହେବାର ସ୍ୱପ୍ନ ଦେଖିଥିଲେ ଡାକ୍ତର ବାବୁ । ଯାହା ପରେ ତାନ୍ତ୍ରିକ ଜଣକ ନିଜର ଜଣେ ସହଯୋଗୀ ସହ ମିଶି ଡାକ୍ତରଙ୍କଠାରୁ ଅଢେଇ କୋଟି ଟଙ୍କା ଠକିନେଇଥିଲେ । ତେବେ ଥାନାରେ ଏତଲା ଦେବା ପରେ ଦୁଇ ତାନ୍ତ୍ରିକ ତଥା ଅଭିଯୁକ୍ତଙ୍କୁ ଗିରଫ କରିବା ସହ ମିଛ ଆଲ୍ଲାଦିନ କା ଚିରାଗକୁ ଜବତ କରିଛି ବ୍ରହ୍ମପୁରୀ ପୋଲିସ ।

Leave A Reply

Your email address will not be published.