Latest Odisha News

BREAKING NEWS

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି, ବ୍ୟାନ୍ ହେଲା ତେହରିକ୍-ଏ-ହୁରିୟତ

ନୂଆଦିଲ୍ଲୀ: ମୋଦି ସରାକର ନେଇଛନ୍ତି ଆଉ ଏକ ବଡ଼ ନିଷ୍ପତ୍ତି । ତେହରିକ୍‌-ଏ-ହୁରିୟତ ବ୍ୟାନ୍ ଘୋଷଣା କଲେ କେନ୍ଦ୍ର ସରକାର । ଜାମ୍ମୁ କାଶ୍ମୀରର ବିଚ୍ଛିନ୍ନତାବାଦୀ ସଙ୍ଗଠନ ତେହରିକ୍‌-ଏ-ହୁରିୟତ । ଦେଶ ବିରୋଧୀ କାର୍ଯ୍ୟକଳାପ ପାଇଁ ବ୍ୟାନ୍ ହୋଇଥିବା ଘୋଷଣା କରାଯାଇଛି । ବର୍ତ୍ତମାନ ଏହି ସଂଗଠନକୁ ଆତଙ୍କବାଦୀ ସଂଗଠନ ବୋଲି ଘୋଷଣା କରାଯାଇଛି । ଏନେଇ ଏକ୍ସରେ ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।

ସୂଚନା ଥାଉକି, ଜମ୍ମୁ-କଶ୍ମୀରର ବିଚ୍ଛିନ୍ନତାବାଦୀ ସଂଗଠନ ହେଉଛି ତେହରିକ୍‌-ଏ-ହୁରିୟତ। ଏହି ସଂଗଠନ ଦେଶ ବରୋଧୀ କାର୍ଯ୍ୟକଳାପ କରିବାରୁ ଏହାକୁ ବ୍ୟାନ୍‌ କରାଯାଇଛି। ଜମ୍ମୁ-କଶ୍ମୀରକୁ ଆତଙ୍କବାଦରୁ ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ନିରନ୍ତର କାର୍ଯ୍ୟ କରିଆସୁଛନ୍ତି ।  ଜାମ୍ମୁ କାଶ୍ମୀରକୁ ଭାରତରୁ ଅଲଗା କରିବା ଏବଂ ଇସଲାମିକ ନିୟମ ପ୍ରତିଷ୍ଠା କରିବା ପାଇଁ ଏହି ସଂଗଠନ କାର୍ଯ୍ୟକଳାପରେ ଜଡିତ ଥିଲା । ଆତଙ୍କବାଦ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୂନ୍ୟ ସହନଶୀଳତା ନୀତି ଅନୁଯାୟୀ, ଭାରତ ବିରୋଧୀ କାର୍ଯ୍ୟକଳାପରେ ଜଡ଼ିତ କୌଣସି ବ୍ୟକ୍ତି କିମ୍ବା ସଂଗଠନ ତୁରନ୍ତ ଏହାକୁ ରୋକାଯାଇପାରିବ।

 

Leave A Reply

Your email address will not be published.