Latest Odisha News

ରେଳ ଷ୍ଟେସନରେ ପାନୀୟ ଜଳର ଉପଲବ୍ଧତା ନିଶ୍ଚିତ କରିବା ପ୍ରୟାସକୁ ତୀବ୍ର କରିଛି ରେଳ ମନ୍ତ୍ରଣାଳୟ

ଭୁବନେଶ୍ୱର: ଭାରତୀୟ ରେଳର ସମସ୍ତ ଷ୍ଟେସନରେ ଯାତ୍ରୀମାନଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ ରେଳ ମନ୍ତ୍ରଣାଳୟ ପ୍ରତିବଦ୍ଧ। ଗ୍ରୀଷ୍ମ ସମୟରେ ଏବଂ ସମ୍ଭାବ୍ୟ ଉତ୍ତାପ ତରଙ୍ଗକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ଷ୍ଟେସନ ମାନଙ୍କରେ ପାନୀୟ ଜଳର ଉପଲବ୍ଧତା ସମୀକ୍ଷା କରିଛି ଏବଂ ପର୍ଯ୍ୟାପ୍ତ ଯୋଗାଣ ନିଶ୍ଚିତ କରିବାକୁ ଜୋନାଲ ରେଳବାଇ ଓ ରେଳ ମଣ୍ଡଳ ଗୁଡିକୁ ନିର୍ଦ୍ଦେଶ ଜାରି କରିଛି । ଏହି ଅନୁଯାୟୀ, ସମସ୍ତ ଷ୍ଟେସନ ମାନଙ୍କରେ ସମ୍ବନ୍ଧିତ ନିୟମ ଅନୁଯାୟୀ ଯାତ୍ରୀମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ଚେଷ୍ଟା କରାଯାଉଛି ।

ସମ୍ଭାବ୍ୟ ଗ୍ରୀଷ୍ମ ମାସରେ ଏହି ପ୍ରୟାସକୁ ଆହୁରି ଦୃଢ଼ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଯେପରିକି ସମସ୍ତ ବିଦ୍ୟମାନ ୱାଟର କୁଲରଗୁଡିକ କାର୍ଯ୍ୟକ୍ଷମ ଏବଂ ଯାତ୍ରୀଙ୍କ ଚାହିଦା ପୂରଣ କରିବାକୁ ସୁନିଶ୍ଚିତ କରାଯାଉଛି। ସମ୍ବେଦନଶୀଳ ଷ୍ଟେସନ ମାନଙ୍କରେ ଜଳ ଯୋଗାଣ ପାଇଁ ଆବଶ୍ୟକ ଅନୁଯାୟୀ ୱାଟର ଟ୍ୟାଙ୍କର୍ ନିୟୋଜନ କରିବା। ସମସ୍ତ ପ୍ଲାଟଫର୍ମରେ ଜଳ ଉପଲବ୍ଧତା ସୁନିଶ୍ଚିତ କରିବାକୁ ଷ୍ଟେସନରେ ନିୟମିତ ଯାଞ୍ଚ କରିବା। ଶୀତଳ ପାନୀୟ ଜଳ ବଣ୍ଟନ ପାଇଁ ବିଶେଷ କରି ମହିଳା ସ୍ୱୟଂ ସହାୟକ ସଂସ୍ଥା ଏନଜିଓ, ସ୍କାଉଟସ୍ ଏବଂ ଗାଇଡ୍ ଏବଂ ଅନ୍ୟାନ୍ୟ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କଠାରୁ ସକ୍ରିୟ ଭାବେ ସହାୟତା ନିଆଯିବା ଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ସେହିପରି ଜଳ ଅଭାବର ସମ୍ମୁଖୀନ ହେଉଥିବା ଅଞ୍ଚଳରେ ରେଳ କର୍ତ୍ତୃପକ୍ଷ ମ୍ୟୁନିସିପାଲିଟି କର୍ପୋରେସନ୍/ରାଜ୍ୟ ସରକାରଙ୍କ ସହ ସହଯୋଗ କରୁଛନ୍ତି ଏବଂ ବିକଳ୍ପ ଜଳ ଯୋଗାଣ ସମାଧାନ ଅନୁସନ୍ଧାନ ଜାରି ରଖିଛନ୍ତି। ଲଗାତାର ଜଳ ଉପଲବ୍ଧତାକୁ ସୁନିଶ୍ଚିତ କରିବା ଏବଂ କୌଣସି ଜରୁରୀ ସ୍ଥିତି ପାଇଁ ଉପୁଜୁଥିବା ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ରେଳ କର୍ମଚାରୀଙ୍କ ଦ୍ୱାରା ଘଣ୍ଟା ଘଣ୍ଟା ମନିଟରିଂ ପାଇଁ ଏକ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ସମସ୍ତ ଯାତ୍ରୀଙ୍କ ପାଇଁ ଆରାମଦାୟକ ତଥା ସୁବିଧାଜନକ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବାକୁ ରେଳ ମନ୍ତ୍ରଣାଳୟ ପ୍ରତିବଦ୍ଧ। ଏହି ସକ୍ରିୟ ପଦକ୍ଷେପଗୁଡ଼ିକ ସମ୍ପୂର୍ଣ୍ଣ ଗ୍ରୀଷ୍ମ ଋତୁରେ ଷ୍ଟେସନଗୁଡିକରେ ବିଶୁଦ୍ଧ ପାନୀୟ ଜଳର ସହଜ ଉପଲବ୍ଧତାକୁ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖାଯାଇଛି।

Leave A Reply

Your email address will not be published.