Latest Odisha News

BREAKING NEWS

ମାତିଲେ ଚୋର: ମନ୍ଦିରରୁ ନେଇଗଲେ ୫ ଅଷ୍ଟଧାତୁ ମୂର୍ତ୍ତି

ପୁରୀ: ଦୋଳ ପୂର୍ଣ୍ଣିମା ପୂର୍ବରୁ ମନ୍ଦିରରୁ ଦୋଳଗୋବିନ୍ଦଙ୍କୁ ନେଇଗଲେ ଦୁର୍ବୃତ୍ତ । ପୁରୀ ଜିଲ୍ଲା ବୀର ନରସିଂହପୁରର ଗୋପୀନାଥ ମନ୍ଦିରରୁ ୫ଟି ଅଷ୍ଟଧାତୂ ମୂର୍ତ୍ତି ଚୋରି ହୋଇଛି । ଗତରାତିରେ ମନ୍ଦିର ଗ୍ରୀଲ୍ କାଟି ମୂର୍ତ୍ତି ଚୋରି ଅଭିଯୋଗ । ଚୋରି ହୋଇଥିବା ମୂର୍ତ୍ତିର ଓଜନ ୧୦୦ କେଜିରୁ ଅଧିକ ।

ମନ୍ଦିରରୁ କନକଦୁର୍ଗା, ଲୋକନାଥ , ଜୟଦୁର୍ଗା, ଦୋଳଗୋବିନ୍ଦ ଓ ଛୋଟା ଗୋପାଳଙ୍କ ମୂର୍ତ୍ତି ଚୋରି ହୋଇଛି । ଆଜି ସକାଳୁ ମନ୍ଦିର ପୂଜକ ଦେଖିବା ପରେ ଗ୍ରାମବାସୀ ଓ ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତକାଲି ରାତିରେ ମନ୍ଦିର ଗ୍ରିଲ କାଟି ଚୋରି ହୋଇଛି । ଅଧିକ ଖୋଳତାଡ ଚଳାଇଛି ପୋଲିସ ।

ଗତ ଦୁଇ ଦିନ ତଳେ କଣାସ ବକୁ ଅଞ୍ଚଳର ଇସାଣେଶ୍ୱର ମନ୍ଦିରରୁ ଦୁର୍ବୁତ୍ତ ଅଷ୍ଟ ଧାତୁ ମୂର୍ତ୍ତି ଲୁଟି ନେଇଥିଲେ । ଏହି ଘଟଣାରେ ପୋଲିସ ହାତ ଏଯାଏ ଖାଲି । ଆଜି ପୁଣି ମନ୍ଦିରରୁ ଲୁଟ ହୋଇଛି । ଗତ ମାସେ ଭିତରେ ପୁରୀ ଜିଲ୍ଲାର ବିଭିନ୍ନ ମନ୍ଦିରରୁ ଦୁର୍ବୁତ୍ତ ଲୁଟ ଚଳାଇଛନ୍କତି । ଏହି ରାକେଟକୁ ପୋଲିସ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ଲୋକ ।

Comments are closed, but trackbacks and pingbacks are open.