Latest Odisha News

BREAKING NEWS

୧୬ ତାରିଖରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଭଗଓ୍ୱନ୍ତ ମାନ

ଚଣ୍ଡିଗଡ଼: ଆସନ୍ତା ୧୬ ତାରିଖରୁ ପଞ୍ଜାବରେ ଆମ ଆଦମୀ ପାର୍ଟି ସରକାର । ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଭଗଓ୍ୱନ୍ତ ମାନ । ଭଗତ ସିଂହଙ୍କ ପୈତୃକ ଗାଁ ଖଟକର କଲାଣରେ ଦିନ ସାଢ଼େ ୧୨ଟାରେ ସେ ଶପଥ ନେବେ । ଏହି ସୂଚନା ଦେଇଛନ୍ତି ଭଗୱନ୍ତ ମାନ ।

ଆଜି ରାଜ୍ୟପାଳ ଭନୱରୀ ଲାଲ ପୁରୋହିତଙ୍କୁ ଭେଟି ସରକାର ଗଠନ ଦାବି ରଖିଥିଲେ ଭଗଓ୍ୱନ୍ତ ମାନ । ଏହାପରେ ମିଡିଆରେ ସରକାର ଗଠନ ତାରିଖ ଘୋଷଣା କରିଥିଲେ । ପଞ୍ଜାବ ରାଜନୀତିରେ ନୂଆ ଇତିହାସ ରଚିଛି ଆମ ଆଦମୀ ପାର୍ଟି । କଂଗ୍ରେସ ହାତରୁ ଶାସନ କ୍ଷମତା ଛଡ଼ାଇ ଆଣିଛି । ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭା ନିର୍ବାଚନରେ ଆପ୍ ଏକାକୀ ୯୨ ସିଟ୍ ହାତେଇଛି ।

Comments are closed, but trackbacks and pingbacks are open.