Latest Odisha News

BREAKING NEWS

ବନ୍ଧୁକ ମୁନରେ ନେଇଗଲେ ୧୪ ଲକ୍ଷରୁ ଅଧିକ ଟଙ୍କା

ରାଉରକେଲା: ମୁଣ୍ଡରେ ବନ୍ଧୁକ ଓ ପେଟରେ ଛୁରି ଲଗାଇ ଲୁଟିନେଲେ ଦୁର୍ବୃତ୍ତ । ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ନିକଟରୁ ମଦ ଦୋକାନ କର୍ମଚାରୀ ପ୍ରଶାନ୍ତ ବିଶ୍ୱାଳଙ୍କ ଠାରୁ ୧୪ ଲକ୍ଷ ୯୩ ହଜାର ୪୦୦ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

ପ୍ରଶାନ୍ତ ଏକ ସ୍କୁଟିରେ କୋଏଲ ନଗର ବ୍ୟବସାୟୀଙ୍କ ଘରୁ ଟଙ୍କା ନେଇ ଉଦିତନଗର ଅଫିସକୁ ଯାଉଥିଲେ । ସକାଳ ପ୍ରାୟ ସାଢ଼େ ୮ଟାରେ ପ୍ରଶାନ୍ତଙ୍କୁ ଏକ ନମ୍ବର ବିହୀନ ଲାଲ୍ ରଙ୍ଗର ପଲସରରେ ପିଛା କରିଥିଲେ ୨ ମୁଖା ପିନ୍ଧା ଯୁବକ । ଆରଏମସି ନିକଟରେ ଅଟକାଇ ପ୍ରଶାନ୍ତ ସ୍କୁଟିକୁ ରଖିବା ମାତ୍ରେ ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ପକେଟରୁ ବନ୍ଧୁକ ବାହାର କରି ପ୍ରଶାନ୍ତଙ୍କ ମୁଣ୍ଡରେ ଓ ଅନ୍ୟ ଜଣେ ଯୁବକ ତାଙ୍କ ପେଟରେ ଛୁରୀ ଲଗାଇ ଦେଇଥିଲେ ।

ଧମକ ଚମକ ଦେଇ ଟଙ୍କା ଭର୍ତ୍ତି ବ୍ୟାକ ଧରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ । ଏନେଇ ପ୍ରଶାନ୍ତ ଉଦିତନଗର ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ଜନଗହଳିପୂର୍ଣ୍ଣ ସ୍ଥାନରୁ ଲୁଟ୍ ପରେ ସହରରେ ଆଇନ୍ ଶୃଙ୍ଖଳା ସ୍ଥିତି ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave A Reply

Your email address will not be published.