Latest Odisha News

BREAKING NEWS

ବନ୍ଧୁକ ଦେଖାଇ ୩୦ଲକ୍ଷ ଟଙ୍କା ଲୁଟିନେଲେ ନକଲି ପୋଲିସ

ଗଜପତି: ନକଲି ପୋଲିସ ସାଜି ବନ୍ଧୁକ ଦେଖାଇ ଲୁଟିନେଲେ ୩୦ ଲକ୍ଷ ଟଙ୍କା । ଏହିଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମେରାପଲି ଗାଁରେ । ସଞ୍ଜୟ ସାହୁଙ୍କ ପରିବାର ଶୋଇଥିବାବେଳେ ୪ଜଣ ଦୁର୍ବୃତ୍ତ ନକଲି ପୋଲିସ ସାଜି ଘରେ ପଶି ଲୁଟ୍ କରିଛନ୍ତି । ଗତକାଲି ରାତିରେ ଘଟିଛି ଏହିଭଳି ଘଟଣା । ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।

ଅଭିଯୋଗ ଅନୁସାରେ, ସଞ୍ଜୟ ସାହୁଙ୍କ ପରିବାର ଶୋଇଥିଲେ । ବୁଧବାର ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ୪ଜଣ ଦୁର୍ବୁତ୍ତ ଘର କବାଡ଼ ବାଡ଼େଇଥିଲେ । ଆମେ ପୋଲିସ ଆସିଛୁ କହି କବାଟ ଖୋଲିବାକୁ କହିଥିଲେ । ଭୟରେ ସଞ୍ଜୟ ଘର କବାଟ ଖୋଲିଥିଲେ । ଏହାପରେ ଦୁର୍ବୁତ୍ତ ବନ୍ଧୁକ ଦେଖାଇ ସଞ୍ଜୟଙ୍କ ହାତ ବାନ୍ଧି ଦେଇଥିଲେ । ଏହାପରେ ଦୁର୍ବୁତ୍ତମାନେ ଘରୁ ୩୦ହଜାର ଟଙ୍କା, ସଞ୍ଜୟ ଓ ତାଙ୍କ ସ୍ତ୍ରୀଙ୍କ ପାଖରେ ଥିବା ଟଙ୍କା ଲୁଟ୍ କରି ଚମ୍ପଟ ମାରିଥିଲେ । ଏ ସମ୍ପର୍କରେ ସଞ୍ଜୟ ମୋହନା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏନେଇ ଅଧିକ ତଦନ୍ତ ଚଳାଇଛି ।

Comments are closed, but trackbacks and pingbacks are open.