Latest Odisha News

BREAKING NEWS

ପଞ୍ଚାୟତ ନିର୍ବାଚନରେ କୋଭିଡ କଟକଣା କଡାକଡି କରିବାକୁ ଡିଜିପିଙ୍କୁ ଚିଠି ଲେଖିଲେ ରାଜ୍ୟ ନିର୍ବାଚନ କମିଶନର

ଭୁବନେଶ୍ଵର : ଆସୁଛି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ । ନିର୍ବାଚନ ସମୟରେ କୋଭିଡ କଟକଣା ପାଳନ କରିବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ରାଜ୍ୟ ନିର୍ବାଚନ କମିଶନ ଡିଜିପିଙ୍କୁ ଚିଠି ଲେଖିଛନ୍ତି । ସବୁ ଜିଲ୍ଲାରେ କଡାକଡି ନିୟମ ପାଳନ କରିବାକୁ ଜିଲ୍ଲା ଏସପିଙ୍କୁ ନିର୍ଦ୍ଦେଶ ଦେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ କୋଭିଡ ନିୟମ ଉଲ୍ଲଙ୍ଘନର ଆଭାସ ଏବେଠୁ ଦେଖାଦେଲାଣି ।

BjdElectrycity

ପ୍ରାର୍ଥୀମାନେ ମଧ୍ୟ ନାମାଙ୍କନ ପତ୍ର ଦାଖଲେ ବେଳେ କୋଭିଡ ନିୟମ ଉଲ୍ଲଙ୍ଘନ କରୁଥିବା ଦେଖିବାକୁ ମିଳିଛି । ତେଣୁ ଆଗକୁ ନିର୍ବାଚନ ଆସୁଥିବାରୁ କୋଭିଡ କଟକଣାକୁ କଡାକଡି କରିବା ସହ ନିର୍ଦ୍ଦେଶ ପାଳନ ନକରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ନିର୍ବାଚନ କମିଶନର ଡିଜିପିଙ୍କୁ ଚିଠି ଲେଖିଛନ୍ତି ।

Comments are closed, but trackbacks and pingbacks are open.