Latest Odisha News

କରୋନାଭାଇରସ୍‌; କେତେ ସୁରକ୍ଷିତ ଭାରତର ଆଗଧାଡିର ଡାକ୍ତର ?

ନୂଆଦିଲ୍ଲୀ: କୋଭିଡ୍‌-୧୯ ବିରୋଧରେ ଲଢେଇ କରୁଛନ୍ତି ଭାରତର ଅସଂଖ୍ୟ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ । ଏଥିପାଇଁ ରକ୍ଷା କବଚ ସାଜିଛି ପର୍ସନାଲ ପ୍ରୋଟେକ୍ସେନ ଇକ୍ୱିପମେଣ୍ଟ (PPE) ।

ଦ କ୍ୱିଣ୍ଟ ର ରିପୋର୍ଟ ଅନୁଯାୟୀ ଇନ୍‌ଭେଷ୍ଟ ଇଣ୍ଡିଆ ସଙ୍କେତ ଦେଇଥିଲା ଭାରତରେ PPE ଓ ମାସ୍କ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଖୁବ କମ୍ ସପ୍ଲାୟ ରହିଛି ।

ମନକୁ ପ୍ରଶ୍ନ ଆସେ ଭାରତ ପାଖେ କେତେ ପରିମାଣରେ N95 ମାସ୍କ, PPE ଓ ଭେଣ୍ଟିଲେଟର ରହିଛି ? ପର୍ଯ୍ୟାପ୍ତ ପରିମାଣରେ ଅଛି ତ ? ଯଦି ନାହିଁ ଏ ନେଇ ଭାରତ କି ପ୍ରକାର ପଦକ୍ଷେପ ନେଇଛି ?

ମିଳିଥିବା ସୂଚନାରୁ ଜଣାପଡିଛି ଭାରତକୁ କରୋନା ମୁକାବିଲା ପାଇଁ ୩୮ ମିଲିଅନ ମାସ୍କ ଓ ୬.୨ ମିଲିଅନ PPE ର ଆବଶ୍ୟକତା ରହିଛି । ତେବେ ବର୍ତ୍ତମାନ ଭାରତରେ ୯ ମିଲିଅନ ମାସ୍କ ଓ ୮ ଲକ୍ଷ PPE ମହଜୁଦ ରହିଛି ।

ରିପୋର୍ଟ ଅନୁସାରେ ସମସ୍ତ ଷ୍ଟକରୁ ଏବେ ମାତ୍ର ୭ଟି ରାଜ୍ୟକୁ ମାସ୍କ ଓ PPE ଯୋଗାଣ କରାଯାଇଛି । ଆଗକୁ ଯେ ପରିସ୍ଥିତି କ’ଣ ହେବ ତାହା ଏବେଠୁ ଆକଳନ କରିବା କାଠିକର ପାଠ ।

ତେବେ ମାସ୍କ, PPE ର ଷ୍ଟକ୍ ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଡାକ୍ତରଙ୍କ ନିକଟରୁ ଆସୁଥିବା ଅଭିଯୋଗ ଅନୁସାରେ ଆଗଧାଡିର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପରିସ୍ଥିତି ସ୍ପଷ୍ଟ ଜଣାପଡେ ।

Leave A Reply

Your email address will not be published.