Latest Odisha News

BREAKING NEWS

ରାୟଗଡାରେ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କଲେ ମନୋଜ ସତ୍ୟବାନ ମହାଜନ

ରାୟଗଡା: ଆଜି ରାୟଗଡା ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ଯୋଗ ଦେଲେ ମନୋଜ ସତ୍ୟବାନ ମହାଜନ । ସେ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲାରେ ପିଡି ଭାବେ ଥିଲେ । ଆଜି ତାଙ୍କୁ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ରାମେଶ୍ୱର ପ୍ରଧାନ ଗୋରାଚାନ୍ଦ ଗମାଙ୍ଗ ପ୍ରମୁଖ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।

ଅନ୍ୟପଟେ ପୂର୍ବରୁ ଜିଲ୍ଲାପାଳ ଥିବା ସ୍ଵଧା ଦେବ ସିଂ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତଙ୍କୁ ଦାୟିତ୍ୱ ଦେଇ ଚାଲିଯାଇଥିଲେ ଯାହାକୁ ନେଇ ବୁଦ୍ଧିଜୀବୀ ତଥା ଗଣମାଧ୍ୟମରେ ଚର୍ଚ୍ଚା ଜୋରଧରିଥିଲା ।

ନୂତନ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କୁ ଜିଲ୍ଲାର ବିଭିନ୍ନ ଗଣମାଧ୍ୟମ ର ପ୍ରତନିଧି ଏବଂ ଭାରତ ସରକାରଙ୍କ ସାହାରା ପରିବାର ପରାମର୍ଶ କେନ୍ଦ୍ରର ସଚିବ ପ୍ରମୋଦ କୁମାର ସାହୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.