Latest Odisha News

BREAKING NEWS

ଆଜିଠାରୁ କାର୍ଯ୍ୟକାରୀ ହେବ ‘ମୋ ସରକାର’ : ଥାନା ଓ ଡାକ୍ତରଖାନାରୁ ଫୋନ୍ କରି ମତାମତ ନେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ‘ମୋ ସରକାର କାର୍ଯ୍ୟକ୍ରମ’ ।

ମିଳିଥିବା ସୂଚନା ଅନୁସାରେ ସହୀଦ ନଗର ଥାନା ଓ କ୍ୟାପିଟାଲ ହସ୍ପିଟାଲରେ ମୋ ସରକାର କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ । ମୁଖ୍ୟମନ୍ତ୍ରୀ ନିଜେ ସିଧାସଳଖ ଅଭିଯୋଗକରୀଙ୍କ ସହ ଫୋନରେ କଥା ହେବେ ବୋଲି ସୂଚନା ମିଳିଛି ।

“ମୋ ସରକାର’ କାର୍ଯ୍ୟକ୍ରମରେ ଥାନା ଓ ଡାକ୍ତରଖାନାକୁ ଗୁରୁତ୍ୱ ଦିଆଯାଉଥିବାବେଳେ ଆସନ୍ତାକାଲି ନବୀନ ସହିଦ ନଗର ଥାନା ଏବଂ କ୍ୟାପିଟାଲ ହସ୍ପିଟାଲରରୁ ହିଁ ଅଭିଯୋଗକାରୀ ଓ ରୋଗୀଙ୍କ ସହ ଫୋନରେ କଥା ହେବେ । ସାଧାରଣ ଜନତାଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଥାନା ଓ ଡାକ୍ତରଖାନା ବାବଦରେ ମତାମତ ନେବେ ବୋଲି ଜଣା ପଡ଼ିଛି ।

ସେହିପରି ଆଜିଠାରୁ ପ୍ଲାଷ୍ଟିକ୍ ବ୍ୟବହାର ଉପରେ ମଧ୍ୟ ରୋକ୍ ଲଗାଯିବ । ରାଜ୍ୟର ସମସ୍ତ ସହରାଞ୍ଚଳରେ ଏହି ଆଇନ୍ ଲାଗୁ ହେବ । ପ୍ଲାଷ୍ଟିକ୍ ଥାଳି ,ଥର୍ମୋକୁଲ ଓ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର , ଆମଦାନୀ ବନ୍ଦ କରାଯିବ । ୧୯୮୬ ଆଇନ୍ ଅନୁଯାୟୀ ପ୍ଲାଷ୍ଟିକ୍ ବ୍ୟବହାରକାରୀଙ୍କ ବିରୋଧରେ ୧ ଲକ୍ଷ ଟଙ୍କା ଜୋରିମାନା ଓ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ।

ପ୍ଲାଷ୍ଟିକ୍ ଓ ପଲିଥିନ୍ ବିକ୍ରିକାରୀ ଓ ବ୍ୟବହାରକାରୀଙ୍କୁ ଧରିବା ପାଇଁ ପୋଲିସ୍ ଓ ପ୍ରଦୂଷଣ ବୋର୍ଡ ର ସ୍କ୍ୱାର୍ଡ ବିଭିନ୍ନ ସ୍ଥାନରେ ଚଢାଉ କରିବେ । ଗତବର୍ଷ ୫ ଟି ମହାନଗର ନିଗମ ଓ ପୁରୀ ପୌର ପାଳିକାରେ ଏହି ନିୟମ ଲାଗୁ ହୋଇଥିଲା ।

Leave A Reply

Your email address will not be published.