Latest Odisha News

BREAKING NEWS

ସାଉଦି ଆରବ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ସିକ୍ରେଟ ପାର୍ଟିକୁ ନେଇ ଚର୍ଚ୍ଚା ଜୋର ଧରୁଛି

ରିୟାଦ:ସାଉଦି ଆରବର ପ୍ରିନ୍ସ ମହମ୍ମଦ ସଲମାନ ପୁନର୍ବାର ଚର୍ଚ୍ଚାର ପରିଧିକୁ ଆସିଛନ୍ତି । ନିଜ ଦେଶରେ ସର୍ବଦା କଠୋର ସଂସ୍କାରବାଦୀ ନୀତି ପ୍ରଣୟନ କରି ଆସୁଛନ୍ତି । ତେବେ ଦେଶ ବାହାରେ ନିଜେ ମଉଜ ମଜଲିସ କରୁଥିବା ଖବର ପ୍ରସାରିତ ହେବା ପରେ ଏହି ଚର୍ଚ୍ଚା ଏବେ ଜୋର ଧରିଛି । ୱାଲ ଷ୍ଟ୍ରିଟ ଜର୍ଣ୍ଣାଲର ସାମ୍ବାଦିକ ବ୍ରାଡଲେ ହୋପ୍ ଏବଂ ଜଷ୍ଟିନ ସାକେ ବ୍ଲାଡ ଆଣ୍ଡ ଅଏଲ ପୁସ୍ତକରେ ସଲମାନଙ୍କ ସିକ୍ରେଟ ପାର୍ଟି ସମ୍ପର୍କରେ ଲେଖିଛନ୍ତି । ଏହି ପାର୍ଟିରେ ୧୫୦ ମଡେଲ, ଡିଜେ ଏବଂ ନିଶାର ଭରପୂର ବ୍ୟବହାର ହୋଇଥିଲା ।

ଗୋପନୀୟତା ରଖିବା ପାଇଁ କର୍ମଚାରୀମାନଙ୍କୁ କେବଳ ନୋକିଆ ୩୩୧୦ ଫୋନ ବ୍ୟବହାରର ଅନୁମତି ଥିଲା । ବ୍ରାଜିଲ, ରୁଷିଆ ଓ ମାଳଦ୍ୱୀପରୁ ବଛା ବଛା ମଡେଲ ଆସିଥିଲେ । ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ପାର୍ଟିକୁ ପଠା ଯାଇଥିଲା । ପାର୍ଟି ଚାଲିବା ପୂର୍ବରୁ ଖବର ଗଣମାଧ୍ୟମରେ ଲିକ୍ ହୋଇ ଯାଇଥିଲା । ଫଳରେ ଫ୍ରିନ୍ସ ତରବର ହୋଇ ସେ ସ୍ଥାନ ଛାଡି ପଳାଇ ଆସିଥିଲେ ।

Leave A Reply

Your email address will not be published.