Latest Odisha News

BREAKING NEWS

ଆଜି ଓଡିଶା ଆସିବେ ମୋଦି, ଭୁବନେଶ୍ଵରରେ କରିବେ ବିଶାଳ ରୋଡ ସୋ

ଭୁବନେଶ୍ଵର: ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ରାତି ୮ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ମୋଦି । ଭୁବନେଶ୍ୱରରେ ପହଞ୍ଚିବା ପରେ ଏକ ବିଶାଳ ରୋଡ୍ ସୋ କରିବେ ମୋଦି । ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବାଣୀବିହାର ଯାଏଁ କରିବେ ରୋଡ୍ ସୋ । ରାତି ସାଢ଼େ ୯ଟା ଯାଏଁ ଚାଲିବ ମୋଦିଙ୍କ ରୋଡ୍ ସୋ ।

ମୋଦିଙ୍କ ରୋଡ ସୋକୁ ଦୃଷ୍ଟିରେ ରଖି ମାଷ୍ଟରକ୍ୟାଣ୍ଟିନ୍ ଠାରୁ ବାଣୀ ବିହାର ଯାଏଁ ରାସ୍ତାକୁ ସିଲ୍ କରାଯିବ । ଅପରାହ୍ନ ୨ଟାରୁ ରୋଡ୍ ସୋ’ ସରିବା ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ବନ୍ଦ ରହିବ । ରୋଡ ସୋ ପରେ ରାଜଭବନରେ ରାତ୍ରୀଯାପନ କରିବେ ପ୍ରଧାନମନ୍ତ୍ରୀ ମୋଦି । ସେପଟେ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ୍ ସୋ’ ପାଇଁ ରାଜଧାନୀରେ ବଢ଼ିଛି କଡ଼ା ସୁରକ୍ଷା। ରୋଡ୍ ସୋ’ବେଳେ ସୁରକ୍ଷା ବ୍ୟବସ୍ଥାରେ ଯେଭଳି କୌଣସି ତ୍ରୁଟି ନହୁଏ, ତା’ଉପରେ ବିଶେଷ ଧ୍ୟାନ ଦେଇଛି କମିଶନରେଟ୍ ପୋଲିସ । ୫୫ ପ୍ଲାଟୁନ ପୋଲିସ ମୁତୟନ ହୋଇଛି ।

ତେବେ ଆସନ୍ତାକାଲି କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ ଗସ୍ତ କରିବେ ମୋଦି । ସେଠାରେ ଆୟୋଜିତ ଜନ ସମାବେଶରେ ଯୋଗ ଦେବେ ମୋଦି । ଏଥିସହ ଦଳୀୟ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର ।

Leave A Reply

Your email address will not be published.