Latest Odisha News

BREAKING NEWS

ରାସ୍ତାରେ ଯାଉଥିବା ବେଳେ ଚକା ବାହାରିଯିବାରୁ ଓଲଟିଲା ବସ, ୧୨ରୁ ଅଧିକ ଆହତ

ଭଦ୍ରକ: ମଝି ରାସ୍ତାରେ ଯାଉଥିବା ବେଳେ ବସ୍‌ରୁ ବାହାରିଗଲା ଚକା। ନିୟନ୍ତ୍ରଣ ହରାଇ ଖାଲରେ ଓଲଟିପଡ଼ିଲା ଯାତ୍ରୀବାହୀ ବସ। ଭଦ୍ରକ ମଞ୍ଜୁରୀରୋଡ୍‌ରେ ଏଭଳି ଦୁର୍ଘଟଣା ଘଟିଛି। ଏଥିରେ ୧୨ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଅମ୍ରିତ ନାମକ ଏକ ବସ୍ ପାଖାପାଖି ୪୦ ଯାତ୍ରୀଙ୍କୁ ନେଇ ମଞ୍ଜୁରୀରୋଡ଼ ଯାଉଥିବା ବେଳେ ଦର୍ଘଟଣା ଘଟିଥିଲା କୁଲଣା ଛକ ନିକଟରେ ବସ୍‌ର ଚକା ବାହାରିଯିବା  ସହ ଡ୍ରାଇଭର ଷ୍ଟିୟରିଂ ଫେଲ୍‌ ମାରିଥିଲା। ଫଳରେ ନିୟନ୍ତରଣ ହରାଇ ବସ୍‌ଟି ଏକ ଖାଲକୁ ଖସିପଡ଼ିଥିଲା।

ସନ୍ଧ୍ୟା ସମୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ବସ୍‌ରୁ ଆହତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଏହାପରେ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଭଣ୍ଡାରିପୋଖରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବଣ୍ଡାରିପୋଖରୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.