Latest Odisha News

BREAKING NEWS

ଧରାପଡ଼ିଲା ମୋବାଇଲ ଚୋର: ହସ୍‌ପିଟାଲ୍‌ରେ ଚୋରି କରି ଲୋକଙ୍କୁ ହଇରାଣ କରୁଥିଲା

କୋରାପୁଟ: ଧରାପଡ଼ିଲା ମୋବାଇଲ ଚୋର। ଶହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ମୋବାଇଲ ଚୋରି କରି ଲୋକଙ୍କୁ ରୋଗୀ ଓ ସାଧାରଣ ଲୋକଙ୍କୁ ହଇରାଣ କରୁଥିବା ଚୋରକୁ ଆଜି ଧରିଛି କୋରାପୁଟ ପୁଲିସ୍। ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ତା ଠାରୁ ୫୧ ମୋବାଇଲ ଫୋନ୍ ଜବତ୍ କରାଯାଇଛି। ସାମ୍ବାଦିକ ସମ୍ମିଳନ କରି ଏହି ସୂଚନା ଦେଇଛନ୍ତି କୋରାପୁଟ୍ ଏସ୍‌ପି ଅଭିନବ ସୋନକର।

ଅଭିଯୁକ୍ତକୁ କୋରାପୁଟର ସୁସ୍ତି ନଗରରୁ ଗିରଫ କରିଛି କୋରାପୁଟ ଟାଉନ ପୋଲିସ। ତା ଠାରୁ ମୋଟ ୩୪ ଟି ମୋବାଇଲ୍‌ ଫୋନ୍ ଜବତ ହୋଇଥିବା ଏସ୍‌ପି ସୂଚନା ଦେଇଛନ୍ତି।

କିଛି ଚୋର ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ କିଛି ଦିନ ହେବ ଉତ୍‌ପାତ କରୁଥିଲେ। ଏନେଇ କୋରାପୁଟ ଟାଉନ୍ ଥାନାରେ ବିଭିନ୍ନ ସମୟରେ ଅଭିଯୋଗ ହେବା ପରେ ଚୋରକୁ ଧରିବାକୁ କୋରାପୁଟ ଟାଉନ୍ ପୋଲିସ ଯୋଜନା କରିଥିଲା। ଶେଷରେ ସୁସ୍ତି ନଗରରୁ ମୋବାଇଲ୍ ଚୋର ଗ୍ୟାଙ୍ଗର ମାଷ୍ଟରମାଇଣ୍ଡକୁ ଗିରଫ କରିଛି ପୁଲିସ। ଖୁବ୍‌ଶୀଘ୍ର ଅନ୍ୟମାନଙ୍କୁ ଧରାଯିବ ବୋଲି ଏସ୍‌ପି କହିଛନ୍ତି।

Leave A Reply

Your email address will not be published.