Latest Odisha News

BREAKING NEWS

ଆସିଗଲାଣି କି କରୋନା ତୃତୀୟ ଲହର: ବେଙ୍ଗାଲୁରୁରେ ୬ ଦିନରେ ୩୦୦ ପିଲା ପଜିଟିଭ୍

ବେଙ୍ଗାଲୁରୁ: ଦେଶରେ କିଛି ରାଜ୍ୟ ଅନଲକ୍ ଆରମ୍ଭ କରିଥିବା ବେଳେ କିଛି ରାଜ୍ୟରେ ଗତ କିଛି ଦିନ ହେବ ଲଗାତାର ବଢୁଛି କରୋନା ସଂକ୍ରମଣ । ଏବେ ସ୍କୁଲ ଖୋଲିବା ପରେ ପିଲାଙ୍କ ପ୍ରତି ବିପଦ ବଢ଼ିଛି । ବେଙ୍ଗାଲୁରୁରୁ ଏମିତି ଚିତ୍ର ସାମନାକୁ ଆସିଛି ଯାହା ସାରା ଦେଶକୁ ଚିନ୍ତିତ କଲା ଭଳି ଖବର । ବେଙ୍ଗାଳୁରୁରେ ସ୍କୁଲ ଖୋଲିବା ପରେ ୬ ଦିନରେ ୩୦୦ ପିଲା କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସଂକ୍ରମିତ ତାଲିକାରେ ୯ ବର୍ଷ ଭିତରେ ୧୨୭ ଜଣ ଥିବା ବେଳେ ୧୦ରୁ ୧୯ ବର୍ଷ ଭିତରେ ୧୭୪ ଜଣ ପିଲା କରୋନା ସଂକ୍ରମିତ ହୋଇଛନ୍ତି । ଅଗଷ୍ଟ ୫ ତାରିଖରୁ ୧୦ ତାରିଖ ଭିତରେ ଏମାନେ ସଂକ୍ରମିତ ହୋଇଛନ୍ତି । ବେଙ୍ଗାଲୁରୁର ଏହି ଘଟଣା ପରେ ତୃତୀୟ ଲହର ପଦଧ୍ୱନୀ ଆଶଙ୍କା କରାଯାଉଛି । ବିଶେଷଜ୍ଞ ଆକଳନ କରିଛନ୍ତି, ତୃତୀୟ ଲହରରେ ବେଶୀ ଛୋଟ ପିଲା ସଂକ୍ରମିତ ହୋଇପାରନ୍ତି ।

ସେହିପରି ସ୍କୁଲ ଖୋଲିବା ପରେ ହିମାଚଳପ୍ରଦେଶରେ ୬୨, ପଞ୍ଜାବରେ ୨୭ ଓ ହରିୟାଣାରେ ବି ଛାତ୍ରଛାତ୍ରୀ କରୋନା ପଜିଟିଭ୍ ବାହାରିଛନ୍ତି । ତୃତୀୟ ଲହର ଆଶଙ୍କା ଭିତରେ ପିଲାଙ୍କୁ ଶୀଘ୍ର ଟିକାକରଣ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦିଆଯାଉଛି । ଖୁବଶୀଘ୍ର ୧୮ ବର୍ଷ ଭିତରେ ପିଲାଙ୍କୁ ମିଳିପାରେ ଟିକା ।

Leave A Reply

Your email address will not be published.