Latest Odisha News

BREAKING NEWS

ସାନିଟାଇଜ ହେଲା ଶ୍ରୀମନ୍ଦିର

ପୁରୀ: ଆଜି ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ବନ୍ଦ ରହିଛି ଦର୍ଶନ। ଶ୍ରୀମନ୍ଦିର ପ୍ରଶାସନର ନୂଆ ଗାଇଡ଼ଲାଇନ୍ ଅନୁସାରେ ପ୍ରତି ରବିବାର ଓ ବିଶେଷ ପର୍ବପର୍ବାଣୀ ଦିନମାନଙ୍କରେ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତି ହୋଇଛି।

ଆସନ୍ତାକାଲି ପୁନର୍ବାର ଦର୍ଶନ ଆରମ୍ଭ ହେବା ପୂର୍ବରୁ ଆଜି ଶ୍ରୀମନ୍ଦିରର ଭିତର ଓ ବାହାର ଅଞ୍ଚଳକୁ ସାନିଟାଇଜ କରାଯାଇଛି। ପୁରୀ ଅଗ୍ନିଶମ ବିଭାଗର ଆଗ୍ନିକମାନେ ଜୋତାଷ୍ଟାଣ୍ଡ ଓ ବ୍ୟାରିକେଡ଼ଠାରୁ ଆରମ୍ଭ କରି ଶ୍ରୀମନ୍ଦିର ବାଇଶିପାହାଚ ସମେତ ଚତୁଃପାଶ୍ୱର୍କୁ ସାନିଟାଇଜ କରିଛନ୍ତି।

Leave A Reply

Your email address will not be published.