Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତ ନେଇ ହାଇଡ୍ରାମା

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ଭିତରେ ପୁରୀରେ ପହଞ୍ଚିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ପୁରୀ ଗସ୍ତ ବେଳେ ହାଇଡ୍ରାମା ଦେଖିବାକୁ ମିଳିଥିଲା । କାରରେ ଯାଉଥିବା ବେଳେ ଚନ୍ଦନପୁରରେ ଅଟକାଇଥିଲା ପୋଲିସ । ଏକାଧିକ ଗାଡି ନେଇ ପୁରୀ ଯାଉଥିବାରୁ ଅନୁମତି ଦେଇନଥିଲା ପୋଲିସ ।

ଏହାର ଜବାବରେ ସାଂସଦ ଅପରାଜିତା କହିଥିଲେ, କୌଣସି ପଦଯାତ୍ରା ପାଇଁ ଅନୁମତି ମଗାଯାଇନାହିଁ । ମହାପ୍ରଭୁଙ୍କ ଦର୍ଶନ ପାଇଁ ମୁଁ ଆସିଛି, ଜଣେ ଭକ୍ତ ଭାବେ ମହାପ୍ରଭୁଙ୍କ ଦର୍ଶନ ପାଇଁ କାହାର ଅନୁମତିର ଆବଶ୍ୟକତା ନାହିଁ । ଗାଡି ଅଟକାଇଲେ ମଧ୍ୟ ମୁଁ ଏଠାରୁ ଏକା ଚାଲିକି ଯିବି, ମହାପ୍ରଭୁଙ୍କୁ ଦର୍ଶନ କରିବି । ତେଣୁ କିଛି ବାଟ ଚାଲି ଚାଲି ଯାଇଥିଲେ ଅପରାଜିତା ।

ଏହା ପରେ ମାଳତୀପାଟପୁରରୁ କାରରେ ଯିବା ପାଇଁ ଅନୁମତି ଦେଇଥିଲା ପ୍ରଶାସନ । ଅପରାଜିତାଙ୍କ ସହ ଯାଇଥିବା ଅନ୍ୟ ସମସ୍ତ ଗାଡିକୁ ମଧ୍ୟ ଯିବା ପାଇଁ ଅନୁମତି ଦିଆଯାଇଥିଲା । ପୁରୀ ଗସ୍ତ ଅବସରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଅପରାଜିତା । କହିଛନ୍ତି, ଶ୍ରୀମନ୍ଦିରର ସୁରକ୍ଷା ରାଜନୀତିର ଉର୍ଦ୍ଧ୍ୱରେ । ଶ୍ରୀମନ୍ଦିରକୁ ସୁରକ୍ଷା ଦେବା ସମସ୍ତଙ୍କ ଦାୟିତ୍ୱ ।

ବିକାଶ ଓ ସୌନ୍ଦର୍ଯ୍ୟକରଣକୁ ସମର୍ଥନ କରୁଛନ୍ତି ହେଲେ ଆଇନ ପରିସରରେ ରହି ସରକାର କାମ କରିବା ଉଚିତ୍ ବୋଲି କହିଛନ୍ତି । ଏପର୍ଯ୍ୟନ୍ତ କ’ଣ ପାଇଁ ଗୃହ କମିଟି ଶ୍ରୀମନ୍ଦିର ଯାଇନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଏଏସଆଇର ଅନୁମତି ନନେଇ କେମିତି କାମ ହେଲା ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା ଷଡଙ୍ଗୀ ।

Leave A Reply

Your email address will not be published.