Latest Odisha News

ଅଣ୍ଡରୱାଲ୍ଡ ଡନ ଅରୁଣ ଗୱାଲିଙ୍କ ଝିଅକୁ ବିବାହ କଲେ ମରାଠି ଅଭିନେତା

ମୁମ୍ବାଇ: ଲକଡାଉନ ନିୟମ ଭିତରେ ଅଣ୍ଡରୱାର୍ଲ୍ଡର ପୂର୍ବତନ ଡନ ଅରୁଣ ଗୱାଲିଙ୍କ ଝିଅ ଯୋଗିତା ଗୱାଲି ଓ ମରାଠି ଅଭିନେତା ଅକ୍ଷୟ ବାଘମାରେଙ୍କ ମଧ୍ୟରେ ବିବାହ ସମ୍ପନ୍ନ ହୋଇଛି । ଦଗଡି ଚଲ ଅଂଚଳରେ ଆୟୋଜିତ ଏହି ବିବାହ ଉତ୍ସବରେ ଉଭୟ ପରିବାରର ୫ଜଣ ଲେଖାଏଁ ସଦସ୍ୟ ଯୋଗ ଦେଇଥିଲେ । ପତି, ପତ୍ନୀ ସମତେ ଅନ୍ୟ ସମସ୍ତ ଉପସ୍ଥିତ ଅତିଥି ମାସ୍କ ପିନ୍ଧିଥିଲେ ।

ପୂର୍ବରୁ ଏହି ବିବାହ ୨୯ ମାର୍ଚ୍ଚରେ ମୁମ୍ବାଇର ଏକ ଫାଇଭ ଷ୍ଟାର ହୋଟେଲରେ ଆୟୋଜିତ ହେବାର ଥିଲା । ଗୱାଲି ପୋଲିସଙ୍କୁ ବିବାହ ପାଇଁ ଅନୁମତି ମାଗିଥିଲେ । ଲକଡାଉନର ସମସ୍ତ ନିୟମ ମାନି ବିବାହ ଆୟୋଜନ କରିବାକୁ ପୋଲିସ ପରାମର୍ଶ ଦେଇଥିଲା । ଲକଡାଉନ ହଟିଲେ ଧୂମଧାମରେ ରିସେପ୍ସନର ଆୟୋଜନ କରାଯିବ ବୋଲି ଅକ୍ଷୟ କହିଛନ୍ତି । ବିବାହ ନେଇ ଅକ୍ଷୟ ଓ ଯୋଗିତା ଖୁସି ଅଛନ୍ତି ।

Leave A Reply

Your email address will not be published.