କବିତା: ରାସ୍ତା

ସ୍ମୃତି ରଂଜନ ତ୍ରିପାଠୀ

ତୁ କହିବା ପୂର୍ବରୁ
ମୁଁ ବାଛି ଦେଇଥିଲି
ଯେ ଯାହାର ଭାଗ
ବ୍ରହ୍ମ, ଶାଳଗ୍ରାମ।
ତୋ ଭାଗରେ ଈଶ୍ୱର,
ମୁଁ ତ ନିଃସ୍ୱ ର
ତୁ ନିଦେଇ ଯିବା ଆଗରୁ
ଆଖିରେ ଭୋକ ମାରୁଥିଲେ
ତାରା ମାନେ
ଉପନ୍ୟାସ ଲେଖିଲେ
ଗୋଟାଏ ଭୋକର କାଂଥରେ
“ଅନ୍ତରୀକ୍ଷ କୁ ରାସ୍ତା”।
ବାରମ୍ବାର ଖୋଜି ଚାଲିଲେ ଈଶ୍ୱରଙ୍କୁ।

ତୋତେ ଆଉଁସିବା ପୂର୍ବରୁ
କୋଳେଇ ନେଇଥଲା ଦୃତରାଷ୍ଟ୍ର
ସଂଭୋଗରେ ପୀଡ଼ିତା ପାହାଡ଼ ସବୁ
ବିଧୁର ସାଜି ଆଖିକି ପିଛୁଳେଇଲେ
ଜୋରରେ କହିଲେ ଏଇଟା ଭୋର
ମୁଁ କିନ୍ତୁ ନାଚାର।
ସକାଳ ହେବାକୁ ତୋ ଘଡିରେ
ଆହୁରି ଦି ଦଣ୍ଡି ବାକି,
ଜାଣେ ଏସବୁ କାଳ ରାସ୍ତା।।

ସନ୍ଦେହରେ ଯୋଉ ନିର୍ଜନ ପଥ ପ୍ରାନ୍ତର
ଅଜାଣତରେ ହୁଙ୍କା ସାଙ୍ଗେ ପିଟି ହେଲା
ସେସବୁ ଆଉଟିକେ ପରେ ଜାଣିଲେ
ଏଇଟା ହିଁ ରାସ୍ତା ମୁକ୍ତିର।।

ପୁଣି ଅଭିମନ୍ୟୁ ର ସ୍ୱର ଢାଙ୍କି କହିଲେ
ଏଇଟା ଭୋର,, ନିଦା ଭୋର
ମୁଁ ପ୍ରସ୍ତୁତ ନୁହେଁ ସ୍ବୀକାରୀବାକୁ
ସକାଳ ହେବାକୁ ଘଡିରେ
ଆହୁରି ଦି ଦଣ୍ଡ ବାକି
ଜାଣେ ଗୋଟାଏ ଲମ୍ବା କାଳ ରାସ୍ତା।।

ସନ୍ଦେହରେ
ଯୋଉ ନିର୍ଜନ ପଥ ଫିକା ଦିଶିଲା
ସେସବୁ ଆଉଟିକେ ପରେ
ବିଷ୍ଣୁ ହେଇ ଯିବେ କାଳାତ୍ରୀ କୁ।
ତୁ ଦେଖୁନୁ କିରେ ନାଟକ
ହାହାହା।। ଅସୁରର ।
ଯୋଉ ଚାନ୍ଦୁଆ ପାଟ ଅଗଣା
ଭଡାରେ ଆଣିଥିଲି
ସେ ଏବେ ନିଜେ ଆସାମୀ
ଯେତେ ସୁର୍ଯ୍ୟୋଦୟ ପୂର୍ବର ଠିକଣା
ସବୁ ପାହାଡ଼ ସେପଟେ ରହିଗଲେ
ହଜିଗଲେ ସାଙ୍ଗ
ତପନ, ସନ୍ଧ୍ୟା
ମୁଁ, ତୁ ଆଉ ଭବାନୀ।।

ଯୋଉ ମୁଲାଯିମ ମାନେ
ମାତମ୍ ର ନା କହି
ଜୀବନର ମାଲବାହୀ ସାଜିଥିଲେ
ସେସବୁ ଏବେ ଗୋଟେ ସର୍ତ୍ତରେ,
।।ବିଶ୍ବାସ କର।।

ବାକିଆ ରହିଥିବା ବିଧବା ଜହ୍ନ ର ଗହଣା
ବିକିଲେ ବି ପାପ
କୋଉ ସମ୍ମୋହନ କୁ ଆଉଥରେ ପ୍ରସବିବି
ବିନା ଯନ୍ତ୍ରଣା ବିନା ସୌରଭରେ
ଏଠି ମୋ ଦେହ, ମୋ କାୟା ମୋ ଛାୟା
ସବୁ ହୃଦବନ୍ଦୀ
ବେଧଡକ ନାଚିବ
ଯେମିତି ଜଙ୍ଗଲରେ ମୟୁର ନାଚ
କିନ୍ତୁ ସବୁ ଅଦୃଶ୍ୟ
ଓଃ !! ମୃଣ୍ମୟୀ ପରା।।।

ବୋଳିଦେ
ତୋ ନାଲିଆ ରକ୍ତ ସିନ୍ଦୁରକୁ ସେଇ ଘାଟରେ
ବସା ଟିଏ କରିଦେ ମୋ କୋରଡ଼ିଆ ଆଖିରେ
ମୁକୁଳେଇଦେ
ସେଦିନ ନଈ ପଠାରୁ
ବିବସ୍ତ୍ର ହେଇ ଫେରିଲା ବେଳେ
ଅତ୍ୟାଚାର ବିମଣ୍ଡିତା
ସବୁତକ ପୁଣ୍ୟଫଳ ମୋର।।
ପାରିବୁ??
ଗୋଟାଏ ଅୟୁତ ସ୍ବପ୍ନ ର ସାକ୍ଷୀ ତୁ ।।

ବିଚାରିଆ ଜହ୍ନ କୁ ଏବେ ଛାଡିଦିଅ
ତାର କଣ ଯାଏ ଆସେ ଯେ
ହଁ ବରଂ ଟିକେ ଭୋଗବାସକୁ
ପୁଣ୍ୟତୟାରେ ଭସାଇବାକୁ ଦିଅ ତା’କୁ
ଜାଣୁ ସେ କେମିତି ବିନା ସର୍ତ୍ତରେ
ବିସ୍ଥାପିତ ହୃଦୟୁର ପାଉଁଜି ବନ୍ଧା ରଖେ
ଗୋଟେ ତୃତୀୟ ପୁରୁଷ
କ୍ଷତାତ୍କ୍ତ ନକ୍ଷତ୍ରରୁ ପୁଣି ଝାଳ ନେଇ
ଅନ୍ତରୀକ୍ଷ କୁ କେମିତି ଲେଖାଯାଏ ରାସ୍ତା।

ତୁମେ ମୁଁ ସେ, ଗୋଟାଏ ରାସ୍ତା ତ
ଆଉ କଣ କିଛି ବାକି ଅଛି ଯେ
ଏଇଟା କୋଉ ଘାଟ ଯେ
ଏସବୁ ପାନ୍ଥିକ କୁ ଭ୍ରମ କରିବାର
ଏକମାତ୍ର ରାସ୍ତା.……