Latest Odisha News

ମୁମ୍ବାଇରେ କରୋନାର ଲମ୍ବା ଡିଆଁ, ଦିନକରେ ସଂକ୍ରମଣ ୭୦% ବୃଦ୍ଧି

ମୁମ୍ବାଇ: ମହାରାଷ୍ଟ୍ରରେ ପୁଣି ବଢୁଛି କରୋନା କେସ୍ । ଦୈନିକ ସଂକ୍ରମଣରେ ଅଚାନକ ବୃଦ୍ଧି ହେଉଛି । ଓମିକ୍ରନ୍ କେସ୍ ଚିହ୍ନଟ ପରେ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରୁ ୨୧ଶହ ୭୨ ସଂକ୍ରମିତ ବାହାରିଛନ୍ତି । ଏଥିରୁ କେବଳ ମୁମ୍ବାଇରୁ ଚିହ୍ନଟ ହୋଇଛନ୍ତି ୧୩ଶହ ୭୭ ଆକ୍ରାନ୍ତ ।

ଗତକାଲି ମୁମ୍ବାଇରୁ ୮୦୯ ଜଣ ସଂକ୍ରମିତ ବାହାରିଥିଲେ । ଗତ ୨୪ ଘଣ୍ଟାରେ ଏହି ସଂଖ୍ୟା ୧୩ଶହ ଟପି ଯାଇଛି । ଅର୍ଥାତ ମୁମ୍ବାଇରେ ଦୈନିକ ସଂକ୍ରମଣ ୭୦ ପ୍ରତିଶତ ବଢ଼ିଛି । ଯାହାକି ଗତ ମେ ୨୬ ତାରିଖ ପରେ ସର୍ବାଧିକ ଦୈନିକ ସଂକ୍ରମଣ । ସେହିପରି ମହାରାଷ୍ଟ୍ରରେ ଦୈନିକ ଆକ୍ରାନ୍ତଙ୍କର ୬୩ ପ୍ରତିଶତ କେବଳ ମୁମ୍ବାଇରୁ ଚିହ୍ନଟ ହୋଇଛନ୍ତି ।

ମୁମ୍ବାଇରେ ପଜିଟିଭ୍ ହାର ୪.୧୧%କୁ ବୃଦ୍ଧି ପାଇଛି । ଗତ ୨୮ ଦିନ ଭିତରେ ଦେଶର ବାଣିଜ୍ୟିକ ରାଜଧାନୀରେ ସଂକ୍ରମଣ ୧,୧୩୪% ବୃଦ୍ଧି ପାଇଛି । ଆକ୍ଟିଭ୍ କେସ୍ ୧୯ଶହରୁ ବଢ଼ି ୫ହଜାର ୮୦୩ ହୋଇଛି । ମହାରାଷ୍ଟ୍ରରେ ଓମିକ୍ରନ୍ କେସ୍ ବଢ଼ିବା ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ବଢ଼ିଛି । ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରୁ ୧୬୭ ଓମିକ୍ରନ୍ କେସ୍ ବାହାରିଛି ।

Leave A Reply

Your email address will not be published.