Latest Odisha News

BREAKING NEWS

ରାଜଧାନୀରେ ଚାଞ୍ଚଲ୍ୟ: ହତ୍ୟା ପରେ ପେଟିରୁ ମିିଳିଲା ମୃତଦେହ

ଭୁବନେଶ୍ୱର: ପୋଲିସ ରବିବାର ସକାଳେ ନୟାପଲ୍ଲୀର ଏକ କୃଷି ଫାର୍ମରୁ ମୃତଦେହ ଜବତ କରିବା ପରେ ଏହା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇଦେଇଛି । କେହି ଦୁର୍ବୃତ୍ତ ବ୍ୟକ୍ତି ଜଣକଙ୍କୁ ହତ୍ୟା କରିବା ପରେ ଫାର୍ମର ଘଞ୍ଚ ବୁଦାମୁଳେ ଫିଙ୍ଗି ଦେଇ ଚାଲି ଯାଇଛି ।

ନୟାଗଡ଼ ଜିଲ୍ଲା କଣ୍ଟିଲୋ ଅଞ୍ଚଳର ଦିଲ୍ଲୀପ ସାହୁ ନାମକ ଜଣେ ବ୍ୟକ୍ତି ନୂଆପଲ୍ଲୀ ରେଣ୍ଟାଲ୍ କଲୋନୀ ନିକଟସ୍ଥ ପୁରୁଣା ବିଡ଼ିଏ ମାର୍କେଟ କମ୍ପେ୍ଲକ୍ସରେ ଥିବା ଏକ ଅଟାକଳରେ କାର୍ଯ୍ୟ କରୁଥିଲେ ।

କୃଷିଫାର୍ମର କିଛି କର୍ମଚାରୀ ଏକ ପେଟି ଭିତରେ ଏକ ମୃତଦେହ ବନ୍ଧା ହୋଇ ପଡ଼ିଥିବାର ପ୍ରଥମେ ଦେଖିବା ପରେ ପୋଲିସକୁ ଖବର ଜଣାଇଥିଲେ । ଏସମ୍ପର୍କରେ ଖବର ପାଇବା ପରେ ପୋଲିସ ସାଇଣ୍ଟିଫିକ୍ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଏହି ଘଟଣାର ପାରିପାଶ୍ୱର୍ିକ ସ୍ଥିତିରୁ ଜଣାପଡୁଛି ଯେ, ହତ୍ୟାକାରୀ ହତ୍ୟା କରିବାପରେ ଶବକୁ ଅଟାକଳର ଛାତ ଉପରୁ ତଳକୁ ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି । ଏପରିକି ସେଠାରୁ ଏକ ପେଟିରେ ଶବର ହାତଗୋଡ଼ ବାନ୍ଧି ଆଣି ଏହି ଫାର୍ମରେ ଥିବା ଏକ ଘର ପଛପଟେ ଫିଙ୍ଗି ଦେଇଛି । ଶବ ମିଳିଥିବାର ନିକଟରେ ଅନେକ ସ୍ଥାନରେ ରକ୍ତ ଛିଟା ପଡ଼ିଥିବାର ଦେଖାଯାଇଛି । ଘରର ସିଡ଼ି ଏବଂ ଛାତରେ ରକ୍ତ ଦାଗ ପଡ଼ିଥିବାର ଲକ୍ଷ୍ୟ କରାଯାଇଛି ।

ସ୍ଥାନୀୟ ବାସିନ୍ଦାଙ୍କ କହିବାନୁଯାୟୀ, ମୃତ ବ୍ୟକ୍ତି ଜଣକଙ୍କ ସହିତ ଶନିବାର ରାତିରେ କିଛି ଯୁବକଙ୍କ ସହିତ ବଚସା ହୋଇଥିଲା ।

ସ୍ଥାନୀୟ କିଛି ଦୋକାନୀ ଅଭିଯୋଗ କରି କହିଛନ୍ତି, ଏହି ଅଟାକଳଟିକୁ ଏବେ ଅସାମାଜିକ ଯୁବକମାନେ ଚଳପ୍ରଚଳ କରିଥାଆନ୍ତି । ନିଶା କାରବାର ଏଠାରେ ଚାଲୁଥିବାର ମଧ୍ୟ ସନ୍ଦେହ କରୁଛନ୍ତି ସ୍ଥାନୀୟ କିଛି ବାସିନ୍ଦା ।

Leave A Reply

Your email address will not be published.