Latest Odisha News

BREAKING NEWS

ଭୁବନେଶ୍ୱର ସମେତ ରାଜ୍ୟର ଏହିସବୁ ସ୍ଥାନରେ କାଳବୈଶାଖୀ ଆଶଙ୍କା

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୨୨ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ରବିବାର ଦିନ ପୂର୍ବାନୁମାନ କରାଯାଇଛି ।

ଭାରତୀୟ ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ରାଜ୍ୟର ପ୍ରାୟ ଏହିସବୁ ଜିଲ୍ଲାରେ ରାତି ୮ଟା ୩୦ମି. ପର୍ଯ୍ୟନ୍ତ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଓ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।

ବିଭାଗ ପକ୍ଷରୁ ଜାରି ସଦ୍ୟତମ ବିଜ୍ଞପ୍ତି ଅନୁଯାୟୀ ଗଜପତି, ଗଞ୍ଜାମ, କୋରାପୁଟ, ମୟୁରଭଞ୍ଜ, କେନ୍ଦୁଝର, କଟକ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ସୋନପୁର, ବୌଦ୍ଧ, ନୟାଗଡ, କଟକ, ଖୋର୍ଦ୍ଧା (ଭୁବନେଶ୍ୱର) ଢେଙ୍କାନାଳ ଓ ଅନୁଗୁଳ ଆଦି ଜିଲ୍ଲାକୁ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ଆହୁରି ମଧ୍ୟ ଏହି ସମୟ ମଧ୍ୟରେ ପବନର ବେଗ ଘଣ୍ଟାପ୍ରତି ୩୦-୪୦ କିମି. ରହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.