Latest Odisha News

BREAKING NEWS

ନବ ଦାସ ହତ୍ୟା: ହାଇକୋର୍ଟରେ ରୁଜୁ ହେଲା ଜନସ୍ବାର୍ଥ ମାମଲା 

ଭୁବନେଶ୍ୱର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା ଏବେ ପୁଣି ଥରେ ପୁରା ରାଜ୍ୟରେ ଚହଳ ସୃଷ୍ଟି କରିଛି। ହତ୍ୟା ଘଟଣାକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ ମାମଲାର ସିବିଆଇ ତଦନ୍ତ ଆବେଦନ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଭାରତୀୟ ବିକାଶ ବିକାଶ ପରିଷଦର ଆବାହକ ସୁରେନ୍ଦ୍ର ପାଣିଗ୍ରାହୀ ଶୁକ୍ରବାର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା କରି କରିଛନ୍ତି।

ନବ ଦାସଙ୍କ ହତ୍ୟାକାଣ୍ଡ ତଦନ୍ତ, ମମିତା ମେହେର ଘଟଣାରେ ହୋଇଥିବା କ୍ରାଇମବ୍ରାଞ୍ଚ୍ ତଦନ୍ତ ଭଳି ସନ୍ତୋଷଜନକ ନଥିଲା ଆବେଦନରେ ଦର୍ଶାଇଛନ୍ତି ସୁରେନ୍ଦ୍ର। ଏଥିପାଇଁ ଏହି ଘଟଣାରେ ସିବିଆଇ ଦତନ୍ତ ଦାବି କରିଛନ୍ତି। ରାଜନୈତିକ ଅଭିସନ୍ଧି ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କର ଯାଇଛି। ତେଣୁ ରାଜ୍ୟ ପୋଲିସ ଏବଂ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ହେଲେ ଏଥିରେ ସ୍ବଚ୍ଛତା ରହିବ ନାହିଁ ବ୍ଲି ସେ ଦାବି କରିଛନ୍ତି। ତେଣୁ ଏଭଳି ଏକ ହାଇ ପ୍ରୋଫାଇଲ୍ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରିବା ଆବଶ୍ୟକ ବୋଲି ଆବେଦନ ରେ ଦର୍ଶାଇଛନ୍ତି ସୁରେନ୍ଦ୍ର।

Comments are closed.