ଗଞ୍ଜାମ: ବିଜେପିକୁ ବଡ଼ ଝଟକା। ବିଜେଡିରେ ମିଶିଲେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଅନେକ ପଞ୍ଚାୟତ ପ୍ରତିନିଧି। ଗଞ୍ଜାମରେ ବଢିଲା ବିଜେଡିର ବଳ। ବୁରୁପଡା ସରପଞ୍ଚ ସନ୍ତୋଷିନୀ ବେହେରାଙ୍କ ନେତୃତ୍ୱରେ ଶତାଧିକ ଲୋକ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି। ସେମାନେ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟି ନିଜ ମତ ଜଣାଇବା ପରେ ଶଙ୍ଖ ଭବନରେ ଦଳରେ ମିଶିଛନ୍ତି।
ହିଞ୍ଜିଳି ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ, ଯେଉଁଠାରୁ ସେ ଲଗାତାର ୬ଥର ବିଧାୟକ ଭାବେ ଜିତିଛନ୍ତି। ଗତ ନିର୍ବାଚନରେ ବି ହିଞ୍ଜିଳିବାସୀ ନବୀନଙ୍କ ଉପରେ ଆଶୀର୍ବାଦ ବର୍ଷା କରି ବିଧାୟକ କରିଛନ୍ତି। ସମସ୍ତଙ୍କୁ ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କ ପକ୍ଷରୁ ସ୍ୱାଗତ କରିଛନ୍ତି ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର, କାର୍ଯ୍ୟକ୍ରମ ରୂପାନ୍ତର କମିଟି ଆବାହକ ସଞ୍ଜୟ ଦାସବର୍ମା, ସଭ୍ୟ ସଂଗ୍ରହ କମିଟି ଆବାହକ ଅତନୁ ସବ୍ୟସାଚୀ ନାୟକ ଓ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ।
ବିଜେଡିକୁ ଅଧିକ ସଂଗଠିତ କରିବାକୁ ସମସ୍ତେ ସଂକଳ୍ପବଧ। ଆଜି ଗଞ୍ଜାମ ଜିଲ୍ଲା ବିଶେଷ କରି ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଦିନ ଥିଲା। ଓଡ଼ିଶାର ଲୋକପ୍ରିୟ ଜନନେତା ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଉପରେ ଭରସା କରି ବୁରୁପଡା ପଞ୍ଚାୟତ ସରପଞ୍ଚଙ୍କ ନେତୃତ୍ୱରେ ଅନେକ ବରିଷ୍ଠ ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଯାହା ବିଜେଡିକୁ ଆହୁରି ଶକ୍ତିଶାଳୀ କରିବ।
Comments are closed.