Latest Odisha News

BREAKING NEWS

ନାଗାଲାଣ୍ଡର ପ୍ରଥମ ମହିଳା ଭାବେ ଫାଙ୍ଗୋନାନ ଯିବେ ରାଜ୍ୟସଭା !

କୋହିମା: ନାଗାଲାଣ୍ଡର ପ୍ରଥମ ମହିଳା ଭାବେ ବିଜେପିର ଫାଙ୍ଗୋନାନ କୋନ୍ୟାକ ରାଜ୍ୟସଭା ଯିବା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ତାଙ୍କୁ ରାଜ୍ୟସଭା ପଠାଇବା ପାଇଁ ଶାସକ ଦଳ ୟୁନାଇଟେଡ ଡେମୋକ୍ରାଟିକ ଆଲାୟନ୍ସ ପକ୍ଷରୁ ସର୍ବ ସମ୍ମତି କ୍ରମେ ନିଷ୍ପତି ନିଆଯାଇଛି । ସୋମବାର ନାମାଙ୍କନ ଦାଖଲ କରିବା ଶେଷ ତାରିଖ ଥିଲା । ଅନ୍ୟ କୌଣସି ଦଳର ପ୍ରାର୍ଥୀ ଏଥିପାଇଁ ପ୍ରାର୍ଥୀପତ୍ର ଦାଖଲ କରି ନ ଥିବାରୁ ଫାଙ୍ଗୋନାନ ଯିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି ।

୬୦ ସଦସ୍ୟ ବିଶିଷ୍ଟ ନାଗାଲାଣ୍ଡ ବିଧାନସଭାରେ ଏନଡିପିପିର ୨୧, ଏନପିଏଫର ୨୫, ବିଜେପିର ୧୨ ଓ ୨ ସ୍ୱାଧୀନ ବିଧାୟକ ରହିଛନ୍ତି । କୋନ୍ୟାକ କହିଛନ୍ତି ବିଜେପି ଏ ଭଳି ଏକ ପାର୍ଟି ଯିଏ କି ନାରୀ ସଶକ୍ତିକରଣ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖେ ।

Leave A Reply

Your email address will not be published.