Latest Odisha News

BREAKING NEWS

୧୩ ବର୍ଷ ପରେ ବିଶ୍ୱକପ ବିଜୟ ସ୍ୱାଦ ଚାଖିଲା ପାକିସ୍ତାନ

ହାମିଲଟନ: ପାକିସ୍ତାନ ମହିଳା କ୍ରିକେଟ ଟିମ ୧୩ ବର୍ଷ ପରେ ବିଶ୍ୱକପ ବିଜୟ ସ୍ୱାଦ ଚାଖିଛନ୍ତି । ଏଠାରେ ଅନୁଷ୍ଠିତ ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲାରେ ପାକିସ୍ତାନ ୮ ୱିକେଟରେ ଏହି ବହୁ ପ୍ରତୀକ୍ଷୀତ ବିଜୟ ହାସଲ କରିଥିଲା । ବର୍ଷା ଯୋଗୁ ୱେଷ୍ଟଇଣ୍ଡିଜ-ପାକିସ୍ତାନ ମ୍ୟାଚକୁ ୨୦ ଓଭର ବିଶିଷ୍ଟ କରାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୮୯ ରନ କରିଥିଲା । ନିଦା ଦର ୪ଟି ୱିକେଟ ଅକ୍ତିଆର କରି ୱେଷ୍ଟଇଣ୍ଡିଜକୁ ଅସୁବିଧାରେ ପକାଇଥିଲେ ।

ଜବାବରେ ପାକିସ୍ତାନ ୧୮.୫ ଓଭରରେ ୨ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଅଧିନାୟିକା ବିସ୍ମାହା ୨୦ ଓ ଓମାଇମା ସୋହେଲ ୨୨ରନ କରି ଅପରାଜିତ ରହିଥିଲେ । ବିଜୟ ସତ୍ୱେ ପାକିସ୍ତାନ ଟିମ ପଂଏଟ ଟେବୁଲର ଶେଷ ସ୍ଥାନରେ ରହିଥିବା ବେଳେ ପରାଜିତ ୱେଷ୍ଟଇଣ୍ଡିଜ ଟିମ ତୃତୀୟରେ ରହିଛି ।

Leave A Reply

Your email address will not be published.