Latest Odisha News

BREAKING NEWS

ଜାତୀୟ କନ୍ୟା ରତ୍ନ ଦିବସ; ଶିଶୁ କନ୍ୟାଙ୍କ ପାଇଁ ଦିନଟିଏ

ଭୁବନେଶ୍ୱର: ଜାନୁଆରୀ ୨୪ । ପ୍ରତିବର୍ଷ ଏହିଦିନ ପାଳନ କରାଯାଏ ‘ଜାତୀୟ କନ୍ୟାରତ୍ନ ଦିବସ’ ।

BjdElectrycity

ସ୍ୱାଧୀନତାର ଏତେ ବର୍ଷ ପରେ ଆଜି ବି ଥମିନି କନ୍ୟାଭୃଣ ହତ୍ୟା ପରି ଜଘନ୍ୟ ଅପରାଧ । ଲୋକ ଆଧୁନିକତା ଆଡ଼କୁ ଗତି କରୁଥିଲେ ମଧ୍ୟ ଆଜି ବି ସମାଜରେ ଝିଅ ଓ ପୁଅ ମାନଙ୍କ ଭିତରେ ପ୍ରଭେଦ ପରି ଘଟଣା ମାନ ଘଟିବା ନଜର ଆସୁଛି ।

ଏହାକୁ ଦୂର କରିବା ପାଇଁ ୨୦୦୮ ମସିହାରୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଦ୍ୱାରା ଜାନୁଆରୀ ୨୪ ତାରିଖରେ ଏହି ଦିବସ ପାଳନର ଆରମ୍ଭ କରାଯାଇଥିଲା । ବିଗତ ୧୨ ବର୍ଷ ହେବ ଏହି ଦିନ ଦେଶ ବ୍ୟାପୀ ପାଳନ କରାଯାଇ ଆସୁଅଛି ।

ଏହିଦିନ କନ୍ୟା ସନ୍ତାନ ମାନଙ୍କୁ ସୁରକ୍ଷା ଦେବା, ପୁତ୍ର ଓ କନ୍ୟା ସନ୍ତାନ ମଧ୍ୟରେ ଥିବା ହାରକୁ କମାଇବା ଆଦି କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ସରକାର ତଥା ସ୍ୱେଚ୍ଛାଚାରୀ ସଂଗଠନ ମାନଙ୍କ ତରଫରୁ ସଚେତନତା କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଏ ।

ସମାଜରେ ପ୍ରତିଟି କ୍ଷେତ୍ରରେ ଝିଅମାନଙ୍କୁ ଅବହେଳା କରାଯାଇ ଆସିଛି। ଶିକ୍ଷା ହେଉ କି ଅଧିକାର,ଭଲ ଖାଦ୍ୟ ହେଉ କି ସ୍ୱାସ୍ଥ୍ୟ ବା ସୁରକ୍ଷା ସବୁ କ୍ଷେତ୍ରରେ ପକ୍ଷପାତିତାର ସାମନା କରି ଆସିଛି ଝିଅ। ଏପରିକି ଖୁବ୍ କମ୍ ବୟସରେ ଝିଅଙ୍କୁ ବାହାଘର କରିଦେବାର ମଧ୍ୟ ଦେଖିବାକୁ ମିଳିଛି। ଜାତୀୟ ସ୍ତରରେ ଝିଅମାନଙ୍କୁ ସମାନତାର ଅଧିକାର ଦେବା ଲାଗି କନ୍ୟାରତ୍ନ ଦିବସ ପାଳନ ହେଇଆସୁଛି।

ସମାଜରେ ପ୍ରତିଟି କ୍ଷେତ୍ରରେ ଝିଅମାନଙ୍କୁ ଅବହେଳା କରାଯାଇ ଆସିଛି । ଝିଅକୁ ସବୁ କ୍ଷେତ୍ରରେ ଅଧିକରୁ ଅଧିକ ସହଯୋଗ ଯୋଗାଇ ଦେବା ଓ ସୁବିଧା ସୁଯୋଗ ଯୋଗାଇଦେବା ଲକ୍ଷ୍ୟରେ କନ୍ୟାରତ୍ନ ଦିବସ ପାଳନ ହେଉଛି ।

ସରକାରଙ୍କର ବେଟି ବଚାଓ, ବେଟି ପଢାଓ, ସେଭ ଦି ଗାର୍ଲ ଓ କନ୍ୟାରତ୍ନ ପରି ଅନେକ ଅଭିଯାନ ସତ୍ୱେ ସମାଜରେ କନ୍ୟାସନ୍ତାନ ଅଲୋଡ଼ା ଅଖୋଜା ହୋଇରହିଛନ୍ତି । ଆଜି ସାରା ଦେଶରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ଅବସରରେ ଉପେକ୍ଷିତ କନ୍ୟା ସନ୍ତାନଙ୍କ ପ୍ରତି ଅସମାନତା ଦୂର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାନ କରାଯାଉଛି।

Leave A Reply

Your email address will not be published.