Latest Odisha News

BREAKING NEWS

ବାଲିଷ୍ଟିକ ମିଶାଇଲ ପ୍ରଳୟର ସଫଳ ପରୀକ୍ଷଣ, ଦେଶର ଉତ୍ତର ଓ ପଶ୍ଚିମ ସୀମାନ୍ତରେ ପ୍ରଳୟ ହେବ ଏକ ଅମୋଘ ଅସ୍ତ୍ର

ବାଲେଶ୍ୱର: ମଙ୍ଗଳବାର ସଫଳତାର ସହ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରୁଥିବା ବାଲିଷ୍ଟିକ ମିଶାଇଲ ପ୍ରଳୟର ପରୀକ୍ଷଣ କରିଛି ଭାରତ। ସୂଚନାନୁସାରେ, ଓଡିଶା ଉପକୂଳର ଅବଦୁଲ କଲାମ ଦ୍ୱୀପରୁ ସକାଳ ୯.୫୦ରେ ଏହି ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଥିଲା। ଗତ ବର୍ଷ ଡିସେମ୍ବର ୨୧ ଏବଂ ଡିସେମ୍ବର ୨୨ ତାରିଖରେ କ୍ରମାଗତ ଭାବେ ଦୁଇଥର ଏହି କ୍ଷେପଣାସ୍ତ୍ର ସଫଳତାର ସହ ପରୀକ୍ଷଣ କରାଯାଇଥିଲା।

ସୂଚନାଯୋଗ୍ୟ, ଡିଆରଡିଓ ଦ୍ୱାରା ଏହି ପ୍ରଳୟ ମିଶାଇଲ ବିକଶିତ ହୋଇଛି। କ୍ଷେପଣାସ୍ତ୍ରର ଫଳାଫଳ ନେଇ ସମୀକ୍ଷା ଚାଲିଛି। ଏହାର ଲକ୍ଷ୍ୟଭେଦ କ୍ଷମତା ୩୫୦ରୁ ୫୦୦ କିମି ମଧ୍ୟରେ ରହିଛି। ସେହିପରି ଏଥିରେ ୩୫୯ରୁ ୭୦୦ କେଜି ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇପାରିବ। ଏହା ଷ୍ଟ୍ରାଇକ୍ ରେଞ୍ଜ ସହିତ ଏକ କଠିନ ପ୍ରୋପେଲାଣ୍ଟ ରକେଟ୍ ମୋଟର ଦ୍ୱାରା ଚାଳିତ ଏବଂ ମନୋଭ୍ୟୁରେବଲ୍ ରି-ଏଣ୍ଟ୍ରି ଯାନ (MARV) ସହିତ ସଜ୍ଜିତ କଏନାଇଜାଇଡ୍ କ୍ଷେପଣାସ୍ତ୍ର ଇନଡକ୍ସନ୍ ପ୍ରକ୍ରିୟାରେ ଅଛି। ଏହା ଭାରତର ପ୍ରଥମ କୌଶଳିକ କ୍ୱାସି-ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ହେବ।

ଏଥିରେ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରକୁ ରୋକିବା ପାଇଁ ପରିକଳ୍ପିତ ଉନ୍ନତ କ୍ଷମତା ରହିବ। ସଶସ୍ତ୍ର ବାହିନୀକୁ ପ୍ରକୃତ ଯୁଦ୍ଧକ୍ଷେତ୍ରରେ ଶତ୍ରୁ ସ୍ଥିତି ଏବଂ ପ୍ରମୁଖ ସ୍ଥାପନକୁ ଆକ୍ରମଣ କରିବାର କ୍ଷମତା ଦେବ। ପ୍ରଳୟ ମିଶାଇଲର ଓଜନ ୫ ଟନ୍‌ ହୋଇଥିବାବେଳେ ଏହା ୮୦୦ କେଜି ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ସୂଚନା ଥାଉକି ଗତ ବର୍ଷ ଏପିଜେ ଅବଦୁଲ କଲାମ ଦ୍ୱୀପରେ ବାଲାଷ୍ଟିକ୍‌ କ୍ଷେପଣାସ୍ତ୍ର ପ୍ରଳୟର ପ୍ରଥମଥର ପାଇଁ ସଫଳତାର ସହ ପରୀକ୍ଷଣ ହୋଇଥିଲା। କ୍ରମାଗତ ୨ ଦିନରେ ଏହି ପାରମ୍ପାରିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ଦୁଇଟି ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଥିଲା।

ଭାରତୀୟ ପ୍ରତୀରକ୍ଷା ପାଇଁ ଏହି ମିଶାଇଲର ପରୀକ୍ଷଣ ବେଶ୍ ଗୁରୁତ୍ୱ ବହନ କରେ। ଦେଶର ଉତ୍ତର ଓ ପଶ୍ଚିମ ସୀମାନ୍ତରେ ପ୍ରଳୟ ହେବ ଏକ ଅମୋଘ ଅସ୍ତ୍ର। ୨୦୧୫ରେ ୩୩୨.୮୮ କୋଟି ଟଙ୍କା ବ୍ୟୟ ଅଟକଳରେଏହି ମିଶାଇଲ ପ୍ରସ୍ତୁତି ପାଇଁ ଅନୁମୋଦନ କରାଯାଇଥିଲା। ଏହି ବାଲାଷ୍ଟିକ୍‌ ମିଶାଇଳ ଚାଇନାର Dongfeng-12 ବା M20 missile ଏବଂ ଋଷୀୟାର 9K720 Iskander missileକୁ ମାତ୍ ଦେବାକୁ କ୍ଷମତା ରଖିଛି। ଏପରିକି ଏହା ଆଣ୍ଟି ବାଲାଷ୍ଟିକ ମିଶାଇଲ(ABM)କୁ ମଧ୍ୟ ମାତ୍ ଦେବାକୁ କ୍ଷମତା ରଖିଛି। ଏହି ମିଶାଇଲ ୧୫୦ରୁ ୫୦୦ କିମି ପର୍ଯ୍ୟନ୍ତ ଦୂରତ୍ବ ପର୍ଯ୍ୟନ୍ତ ୩୫୦ରୁ ୭୦୦ କିଲୋ ପ୍ରର୍ଯ୍ୟନ୍ତ ଓଜନର ବିସ୍ଫୋରକ ପରିବହନ ହୋଇପାରିବ।

Leave A Reply

Your email address will not be published.