Latest Odisha News

BREAKING NEWS

ମ୍ୟାକକୁଲାମ ହେଲେ ଇଂଲଣ୍ଡ କୋଚ

ଲଣ୍ଡନ: ବିଶ୍ୱ ଟେଷ୍ଟ ଚାମ୍ପିୟନ ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ପୂବୟତନ ଅଧିନାୟକ ବ୍ରେଣ୍ଡନ ମ୍ୟାକକୁଲାମଙ୍କୁ ଇଂଲଣ୍ଡ ଦଳର କୋଚ ଭାବେ ନିଯୁକ୍ତ କରାଯାଇଛି । ସେ ଟେଷ୍ଟ ଟିମର ମୁଖ୍ୟ କୋଚ ଦାୟିତ୍ୱ ତୁଲାଇବେ । ଇସିବି ଓ ମ୍ୟାକକୁଲାମ ଏହା ବିଧିବଦ୍ଧ ଭାବେ ପ୍ରଶଂସକଙ୍କୁ ଜଣାଇଛନ୍ତି । ସେ ଖୁବ ଶୀଘ୍ର ଆଇପିଏଲର କୋଲକାତା ନାଇଟ ରାଇଡର୍ସ ସହ ସମସ୍ତ କଂଟ୍ରାକ୍ଟ ଚ୍ଛିନ୍ନ କରିବେ । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ଇଂଲଣ୍ଡ ୧୩ରୁ ୭ମ୍ୟାଚ ହାରି ପଂଏଟ ଟେବୁଲରେ ଶେଷ ସ୍ଥାନରେ ରହିଛି ।

ଟେଷ୍ଟ ଚାମ୍ପିୟନଶିପର ଆଗାମୀ ମ୍ୟାଚଗୁଡିକରେ ଇଂଲଣ୍ଡ କିପରି ଭଲ ପ୍ରଦର୍ଶନ କରିବ ତାହା ମ୍ୟାକକୁଲାମଙ୍କ ପାଇଁ ବଡ ଚ୍ୟାଲେଞ୍ଜ ଭାବେ ଉଭା ହେବ । ନ୍ୟୁଜିଲାଣ୍ଡର ଏହି ଷ୍ଟାର ଖେଳାଳି ୧୦୧ ଟେଷ୍ଟରେ ୧୨ ଶତକ, ୩୧ ଅର୍ଦ୍ଧଶତକ ସହ ୬୪୫୩ ରନ କରିଛନ୍ତି । ୩୧ ମ୍ୟାଚରେ ଜାତୀୟ ଦଳର ନେତୃତ୍ୱ ନେଇ ୧୧ରୁ ଦଳକୁ ବିଜୟୀ କରାଇଛନ୍ତି ।

Leave A Reply

Your email address will not be published.