Latest Odisha News

BREAKING NEWS

ପୁରୀରେ ଫସଲ କ୍ଷୟକ୍ଷତିର ଆକଳନ କଲେ କେନ୍ଦ୍ରୀୟ ଟିମ୍

ପୁରୀ: ପୁରୀରେ କେନ୍ଦ୍ରୀୟ ଟିମ୍  । ଫସଲ କ୍ଷୟକ୍ଷତିର ଆକଳନ କଲେ କେନ୍ଦ୍ରୀୟ ଟିମ୍ । ବାତ୍ୟା ଜୱାଦ ଜନିତ ଫସଲ କ୍ଷୟକ୍ଷତି ଆକଳନ ପାଇଁ ପୁରୀ ଜିଲ୍ଲାର ବିଭିନ୍ନ ଅଂଚଳ କ୍ଷେତ୍ର ପରିଦର୍ଶନ କରିଛନ୍ତି  । କେନ୍ଦ୍ରୀୟ ଟମ୍ ସହିତ ରାଜ୍ୟର ବରିଷ୍ଠ ଅଧିକାରୀ ଏବଂ ପୁରୀ ଜିଲ୍ଲାର ପ୍ରଶାସନିକ ଅଧିକାରୀ ସାମିଲ ଥିଲେ । ବିଭିନ୍ନ ଅଂଚଳ ଗସ୍ତ କରି ସେମାନେ ଚାଷୀଙ୍କ ଫସଲ କ୍ଷୟକ୍ଷତିର ସ୍ଥିତି ଆକଳନ କରିଛନ୍ତି ।

ପ୍ରଥମେ ନିମାପଡ଼ା ଅଂଚଳ ପରିଦର୍ଶନ କରି ଅସ୍ତରଙ୍ଗ, କାକଟପୁର, କଣାସ, ବ୍ରହ୍ମଗିରି, କୃଷ୍ଣପ୍ରସାଦ, ପୁରୀ ସଦର ଏବଂ ଗୋପ ଅଂଚଳ ପରିଦର୍ଶନ କରିଥିଲେ । ଏହା ସହିତ ୧୧ଟି ବ୍ଲକ  ଫସଲ କ୍ଷୟକ୍ଷତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି ।

ସରକାରୀ ସୂଚନା ଅନୁସାରେ ଜୱାଦ ବାତ୍ୟା ପୂର୍ବରୁ ପ୍ରାୟ ୩୦ ହଜାର ହେକ୍ଟର ଜମିରୁ ଫସଲ ଅମଳ ହୋଇ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା । ଆହୁରି ପ୍ରାୟ ୧ଲକ୍ଷ ହେକ୍ଟର ଚାଷ ଜମିରୁ ଫସଲ ଅମଳ ହୋଇ ପାରିନାହିଁ । ଜମିରେ ଆଣ୍ଠୁଏ ଉଚ୍ଚର ପାଣି ଏବେବି ଚାଷ ଜମିରେ ଜମି ରହିଛି । ଯାହାଫଳରେ ଧାନ ସହ ଅନ୍ୟାନ୍ୟ ଫସଲ ବ୍ୟାପକ ଭାବେ ନଷ୍ଟ ହୋଇଛି ।

ଚାଷୀ କୂଳ ଚିନ୍ତାରେ ଅଛନ୍ତି । ଚାଷୀମାନେ ସରକାରଙ୍କ କ୍ଷତିପୂରଣକୁ ଅପେକ୍ଷା କରି ରହିଛନ୍ତି ।

Leave A Reply

Your email address will not be published.