Latest Odisha News

BREAKING NEWS

କଟକରେ ୨୧ ଶହ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

କଟକ: କଟକରେ ଶନିବାର ଦିନ ୫୪ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଯାହାକୁ ମିଶାଇ କଟକରେ ମୋଟ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୨୧୨୫ରେ ପହଞ୍ଚିଛି।

ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଟକ ପ୍ରଶାସନ । ଉକ୍ତ ଟ୍ୱିଟ ଅନୁଯାୟୀ କଟକ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ବ୍ୟକ୍ତିଙ୍କ ମଧ୍ୟରେ ସର୍ବାଧିକ ୪୩ କଟକ ମହାନଗର ନିଗମ ଅଞ୍ଚଳର ରହିଛନ୍ତି । ସେହିପରି ଆଠଗଡରୁ (୩), ବାରଙ୍ଗ (୧), ଚୌଦ୍ୱାର (୩), ନିଶ୍ଚିନ୍ତ କୋଇଲିରୁ (୨), ଟିଗିରିଆରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନ୍ୟ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ଭୁବନେଶ୍ୱର-କଟକ ରୋଡରୁ ଚିହ୍ନଟ ହୋଇଥିବା କଟକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ, କଟକରେ ବର୍ତ୍ତମାନ ୭୧୪ଟି ସକି୍ରୟ ମାମଲା ରହିଥିବା ବେଳେ ୧୩୯୭ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏହାବ୍ୟତିତ ୧୧ ଜଣ କରୋନା ରୋଗୀ ମୃତୁ୍ୟ ବରଣ କରିଛନ୍ତି ।

Leave A Reply

Your email address will not be published.