Latest Odisha News

BREAKING NEWS

ଗୁଞ୍ଜନ ସକ୍ସେନା ଟ୍ରେଲର ରିଲିଜ; ଏୟାରଫୋର୍ସ ପାଇଲଟ୍ ଗୁଞ୍ଜନ ଭୂମିକାରେ ଜାହ୍ନବୀ

ନୂଆଦିଲ୍ଲୀ: ବଲିଉଡ ଫିଲ୍ମ ‘ଗୁଞ୍ଜନ ସକ୍ସେନା-ଦ କାରଗିଲ୍ ଗର୍ଲ’ର ଟ୍ରେଲର ରିଲିଜ ହୋଇ ଯାଇଛି । ଯେଉଁଥିରେ ଲିଡ୍ ରୋଲରେ ନଜର ଆସିଛନ୍ତି ଷ୍ଟାର କିଡ୍ ଜାହ୍ନବୀ କପୁର ।

ଫିଲ୍ମଟି ଭାରତୀୟ ବାୟୁସେନା ପାଇଲଟ୍ ଗୁଞ୍ଜନ ସକ୍ସେନାଙ୍କ ବାୟୋପିକ୍ ଅଟେ । ଗୁଞ୍ଜନ ସକ୍ସେନା ଦେଶର ପ୍ରଥମ ମହିଳା ପାଇଲଟ୍ ଥିଲେ ଯିଏକି ଲଢୁଆ ବିମାନ ମଧ୍ୟ ଉଡାଉଥିଲେ ।

ଟ୍ରେଲର ରିଲିଜ ପରେ ଏହାକୁ ଦର୍ଶକଙ୍କ ଭଲ ରେସପୋନ୍ସ ମିଳି ପାରିଛି । ଜଣେ ମହିଳା ଭାବେ ନିଜ ସ୍ୱପ୍ନକୁ ପୂରା କରିବାକୁ ଯାଇ କେତେ ସଂର୍ଘଷର ସମ୍ମୁଖୀନ ହେଉଛନ୍ତି, ତାହା ଟ୍ରେଲରରେ ଦେଖିବାକୁ ମିଳୁଛି । ଏହାବ୍ୟତୀତ ଟ୍ରେଲରରେ ପଙ୍କଜ ତ୍ରୀପାଠି, ଅଙ୍ଗଦ ବେଦୀ ଓ ବିନିତ କୁମାର ସିଂହଙ୍କ ଝଲକ ଦେଖିବାକୁ ମିଳୁଛି ।

‘ଗୁଞ୍ଜନ ସକ୍ସେନା-ଦ କାରଗିଲ୍ ଗର୍ଲ’ ଫିଲ୍ମ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହେବ ଖୁବ୍ ଶୀଘ୍ର।

ଫିଲ୍ମର ନିଦେ୍ର୍ଧଶନା ଭାର ସରନ ଶର୍ମା ତୁଲାଇଥିବା ବେଳେ କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ ଏହାକୁ ପ୍ରଡ୍ୟୁସ କରୁଛି ।

 

Leave A Reply

Your email address will not be published.