Latest Odisha News

BREAKING NEWS

ଶ୍ରୀମନ୍ଦିର ଖୋଲିବା ନେଇ ଏସଓପି: କିଏ କେବେ କରିବେ ଦର୍ଶନ, ଜାଣନ୍ତୁ

ପୁରୀ: ଆସନ୍ତା ୧୬ ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବ ଜଗା ଦୁଆର । ତାପୂର୍ବରୁ ସେବାୟତ ପରିବାର ମହାପ୍ରଭୁଙ୍କୁ ଦର୍ଶନ କରିବେ । ଶ୍ରୀମନ୍ଦିର ଖୋଲିବା ନେଇ ଜାରି ହୋଇଛି ଏସଓପି । ଆସନ୍ତା ୧୨ ଓ ୧୩ ତାରିଖରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ସେବାୟତ ପରିବାର । ସେହିପରି ୧୬ରୁ ୨୦ ତାରିଖ ଯାଏ ପାଞ୍ଚ ଦିନ ପୁରୀବାସୀ ମହାପ୍ରଭୁଙ୍କୁ ଦର୍ଶନ କରିବେ । ସକାଳ ୭ରୁ ସନ୍ଧ୍ୟା ୭ଟା ଯାଏ ଦର୍ଶନ ଅନୁମତି ରହିଛି ।

ଏହାପରେ ୨୩ ତାରିଖରୁ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ । କୋଭିଡ୍ କଟକଣା ଓ ଗାଇଡଲାଇନ୍ ଅନୁସାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ ।

ଶ୍ରଦ୍ଧାଳୁ ମନ୍ଦରରେ କୌଣସି ଦେବାଦେବୀଙ୍କୁ ସ୍ପର୍ଶ କରିପାରିବେନି । ମନ୍ଦିର ଭିତରକୁ ଫୁଲ, ଭୋଗ ଓ ଦୀପ ନେଇ ଯାଇପାରିବେନି । ପାନ ଓ ଗୁଟଖା ଖାଇବା ମନା । ଧରାପଡିଲେ ୫୦୦ ଜରିମାନା ଆଦାୟ ହେବ । ମନ୍ଦିରକୁ ପଲିଥିନ୍ ନେବା ମନା । ଧରାପଡିଲେ ୧୦୦ ଟଙ୍କା ଫାଇନ୍ ଦେବେ ।

ତେବେ ଶନିବାର ଓ ରବିବାର ସାଧାରଣ ଦର୍ଶନ ପାଇଁ ବନ୍ଦ ରହିବ ମନ୍ଦିର । ଏହି ଦୁଇ ଦିନ ଶ୍ରୀମନ୍ଦିର ପରିସରକୁ ସାନିଟାଇଜ୍ କରାଯିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପ୍ରିଲ ମାସରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି । କେବଳ ମହାପ୍ରଭୁଙ୍କର ନୀତିକାନ୍ତି ଚାଲିଛି ।

Leave A Reply

Your email address will not be published.