ନୂଆଦିଲ୍ଲୀ: ନାଗପୁରରେ ଅଭାବନୀୟ ଘଟଣା । ଆତ୍ମହତ୍ୟାର ଲାଇଭ୍ ଦୃଶ୍ୟ । ପ୍ରେମ, ପ୍ରତାରଣା ଆଉ ଆତ୍ମହତ୍ୟାର ସାଂଘାତିକ ଚିତ୍ର । ପୁରୁଷବନ୍ଧୁ ବିବାହ କରିବାକୁ ମନାକରିବାରୁ ଭିଡିଓ କଲ୍ କରି ଝୁଲିପଡିଲେ ଯୁବତୀ । ସୂଚନା ଅନୁସାରେ ମୃତ ୩୨ବର୍ଷୀୟ ଯୁବତୀ ନାଗପୁରରେ ଏକ ପ୍ରାଇଭେଟ୍ କମ୍ପାନୀରେ କାମ କରୁଥିଲେ । ସାଙ୍ଗ ସହ ଧନ୍ତୋଲି ଅଂଚଳରେ ରହୁଥିଲେ । ଏହି ସମୟରେ ପୁଣେରେ ପିଏଚ୍ଡି କରୁଥିବା ଜଣେ ୩୪ ବର୍ଷୀୟ ଯୁବକ ସହ ଦେଖାହୁଅନ୍ତି । ପ୍ରଥମେ ସାଙ୍ଗ ପରେ ତାଙ୍କ ଭିତରେ ପ୍ରେମ ସମ୍ପର୍କ ଗଢିଉଠେ । ଯୁବତୀଙ୍କ ମାଙ୍କୁ ପ୍ରେମିକ ଜଣଙ୍କ ବିବାହ ପ୍ରସ୍ତାବ ଦେଲା ପରେ ସେ ରାଜି ହୋଇଥିଲେ । କିନ୍ତୁ ପୁରୁଷବନ୍ଧୁଙ୍କ ପରିବାରଲୋକ ରାଜି ନଥିଲେ । ପରିବାରଲୋକଙ୍କୁ ଲୁଚାଇ ସମ୍ପୃକ୍ତ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ ପ୍ରେମିକ । ୨୦୧୫ରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଆସିଛି । ଦୀର୍ଘ ୧୧ବର୍ଷର ପ୍ରେମ ସମ୍ପର୍କ ପରେ ଯେତେବେଳେ ଯୁବତୀ ବିବାହ ପାଇଁ କହିଥିଲେ, ଯୁବକ ଜଣଙ୍କ ସଫା ସଫା ମନା କରିଦେଇଥିଲେ । ଉଭୟଙ୍କ ଅନ୍ତରଙ୍ଗ ମୁହୂତ୍ତର୍ର ଫଟୋ ଓ ଭିଡିଓ ସୋସିଆଲ ମିଡିରେ ଅପଲୋଡ୍ କରିବାକୁ ଧମକାଉଥିଲେ ପୁରୁଷବନ୍ଧୁ । ପ୍ରେମରେ ପ୍ରତାରଣା ଏବଂ ଲୋକଲଜ୍ଜାକୁ ଡରି ବାଧ୍ୟହୋଇ ଯୁବତୀ ଜଣଙ୍କ ଗତ ସେପଟେମ୍ବର ୧୯ରେ ଆତ୍ମହତ୍ୟା କରିଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯୁବତୀ ଆତ୍ମହତ୍ୟା କଲାବେଳେ ତାଙ୍କ ପ୍ରେମିକଙ୍କୁ ଭିଡିଓ କଲ୍ କରିଥିଲେ । ଭିଡିଓ କଲ୍ରେ ହିଁ ସେ ତାଙ୍କ ଜୀବନ ହାରିଥିଲେ । ଏବଂ ଭିଡିଓ କଲ୍ ପାଖାପାଖି ୨୩ ମିନିଟ୍ ଧରି ଚାଲିଥିଲା । ଏମିତିକି ପୁରୁଷବନ୍ଧୁ ଜଣଙ୍କ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିନଥିଲେ ବରଂ ଯୁବତୀ ଆତ୍ମହତ୍ୟା କରୁଥିବାର ବସି ଦେଖୁଥିଲେ ବୋଲି ଏଥିରୁ ସ୍ପଷ୍ଟ ଜଣାପଡୁଛି । ଧନ୍ତୋଲି ଥାନାରେ ଏକ ଆତ୍ମହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ସମ୍ପୃକ୍ତ ପୁରୁଷବନ୍ଧୁଙ୍କୁ ପଚରାଉଚରା କରୁଛି ପୋଲିସ । ପୁରୁଷବନ୍ଧୁଙ୍କ ପାଖରୁ ଯୁବତୀଙ୍କ ସହ ଥିବା ସମସ୍ତ ଫଟୋ ଓ ଭିଡିଓ ଜବତ କରିଛି ପୋଲିସ ।
BREAKING NEWS
- ଭାରତୀୟ ନୌସେନାର ବଡ଼ ସଫଳତା: ଆରବ ସାଗରରେ ୪୮ ଘଣ୍ଟାର ଅପରେସନ୍ ପରେ ଅପହୃତ ଇରାନୀ ଜାହାଜରୁ ୨୦ ଜଣ କ୍ରୁ-ସଦସ୍ୟ ସୁରକ୍ଷିତ ଭାବେ ଉଦ୍ଧାର
- first time in 47 years:CRPFଙ୍କ ଐତିହାସିକ ସଫଳତା: ୧୨ ମାସ ମଧ୍ୟରେ ଜଣେ ହେଲେ ଯବାନ ହୋଇନାହାନ୍ତି ସହିଦ,୪୭ ବର୍ଷ ମଧ୍ୟରେ ଏଭଳି ଘଟଣା ପ୍ରଥମ
- PadmaShri awardee Dr. Ashok Mahapatra:ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ପରଲୋକ,ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
- ‘ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ, ଭୟଭୀତ ନ ହୋଇ ସଚେତନ ରୁହନ୍ତୁ’
- ଦକ୍ଷିଣ ଓଡ଼ିଶାର ୬ ଜିଲ୍ଲାରେ ଶତ ପ୍ରତିଶତ ବିଦ୍ୟୁତ ଯୋଗାଣ ସ୍ବାଭାବିକ କଲା ଟିପିଏସ୍ଓଡିଏଲ୍
- ଦୀପାବଳି ପାଇଁ କଟକ ପୋଲିସର କଡ଼ା ପ୍ରସ୍ତୁତି;ବ୍ୟତିକ୍ରମ କଲେ କାର୍ଯ୍ୟନୁଷ୍ଠାନ
- ଆଇପିଏଲ୍ ୨୦୨୭: ଖେଳାଳି ରିଟେନସନ ଡେଡ୍ଲାଇନ୍ ୨ ଦିନ ବୃଦ୍ଧି
- Door-to-Door Survey:‘ଅର୍ଣ୍ଣବ’ ପ୍ରଭାବିତ ୩ ଜିଲ୍ଲାରେ ଘରକୁ ଘର ସର୍ଭେ ଅବଧି ବୃଦ୍ଧି
- ଗଞ୍ଜେଇ ରୋଲ୍ ବିକ୍ରିର ପର୍ଦ୍ଦାଫାଶ, ଅଭିଯୁକ୍ତ ଗିରଫ
- Movie Marathon: ବର୍ଷକରେ ଦେଖିଲେ ୧୨ଶହ ଫିଲ୍ମ, ୬୦ ବର୍ଷୀୟ ଆମେରିକୀୟଙ୍କ ରେକର୍ଡ
Comments are closed.