Latest Odisha News

BREAKING NEWS

୭୨ ଘଣ୍ଟାରେ ଖଲିସ୍ତାନୀ ଉପରେ ଏନଆଇଏର ବଡ ଆକ୍ସନ !

ନୂଆଦିଲ୍ଲୀ: ପାକିସ୍ତାନ, ପଞ୍ଜାବ, କାନାଡା ସମେତ ବିଶ୍ୱର ଅନେକ ଦେଶରେ ଖାଲିସ୍ତାନ ଭାରତ ବିରୋଧରେ ଏକ ଏଜେଣ୍ଡା ଚଳାଇ ଆସୁଛନ୍ତି। ତେବେ ଏହାରି ଭିତରେ ଗତ ୭୨ ଘଣ୍ଟା ମଧ୍ୟରେ ଖଲିସ୍ତାନ ଆତଙ୍କ ସହ ଜଡିତ ତିନୋଟି ବଡ ଚେହେରା ଉପରେ ଏନଆଇଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ରହିଛି। ଏହି ତିନି ହେଲେ ହରବିନ୍ଦର ସିଂ ରିନ୍ଦା, ହାପି ସଙ୍ଘେରା ଓ କୁଲବିନ୍ଦର ସିଂହ ଖାନପୁରିଆ । ଏଥିମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଭାରତର ଏନଆଇଏ ଦ୍ୱାରା ଧରାପଡିଛି।

ପାକିସ୍ତାନର ଲାହୋରର ଏକ ହସ୍ପିଟାଲରେ ହରବିନ୍ଦରରେ ମୃତ୍ୟୁ ଘଟିଥିବା ବେଳେ କାନାଡାରେ ହାପି ସଘେଂରାର ମୃତ୍ୟୁ ଘଟିଛି ।  ଅନ୍ୟ ଜଣେ ହେଉଛି କୁଲବିନ୍ଦର ଯିଏକି ଏନଆଇଏର ଚକ୍ରବ୍ୟୁହରେ ଫଶି ଭାରତରେ ପ୍ରବେଶ କରିଥିଲ।। କିନ୍ତୁ ବିମାନ ବନ୍ଦରରେ କୁଲବିନ୍ଦରକୁ ନିଜ ହେପାଜତକୁ ନେଇଛି ଏନଆଇଏ।

ଭାରତର ଗୁପ୍ତଚର ସଂସ୍ଥା ଦାବି କରିଛି ଯେ କିଡନୀ ଫେଲ ହେତୁ ଆତଙ୍କବାଦୀ ହରବିନ୍ଦର ସିଂ ରିନ୍ଦର ମୃତ୍ୟୁ ଘଟିଛି। କେତେକ ରିପୋର୍ଟ ଅନୁଯାୟୀ, ଡ୍ରଗ୍ସ ସେବନ ହେତୁ ରିନ୍ଦାର ମୃତ୍ୟୁ ହୋଇଥିଲା। କିଏ ରିନ୍ଦାକୁ ଡ୍ରଗ୍ସ ଦେଇଥିଲା? ଏ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ନାହିଁ। ପାକିସ୍ତାନରେ ରହୁଥିବା ରିନ୍ଦା କ୍ରମାଗତ ଭାବରେ ଭାରତ ବିରୋଧୀ କାର୍ଯ୍ୟକଳାପ କରୁଥିଲା। ୧୯ ନଭେମ୍ବରରେ ଭାରତରେ ରିନ୍ଦାର ମୃତ୍ୟୁ ଖବର ଆସିଥିଲା। ନିଷିଦ୍ଧ ସଂଗଠନ ବାବର ଖାଲସା ଇଣ୍ଟରନ୍ୟାସନାଲର ସଦସ୍ୟ ଥିଲା ରିନ୍ଦା। ପଞ୍ଜାବ ପୋଲିସ ମୁଖ୍ୟାଳୟ ଉପରେ ଆରପିଜି ଆକ୍ରମଣ ଏବଂ ଶିବସେନା ନେତାଙ୍କ ହତ୍ୟା ଘଟଣାରେ ତାଙ୍କ ନାମ ଆସିଥିଲା। ୩୫ ବର୍ଷୀୟ ଆତଙ୍କବାଦୀ ରିନ୍ଦା ଗ୍ୟାଙ୍ଗଷ୍ଟର ଏବଂ ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ମଧ୍ୟରେ ଏକ ଲିଙ୍କ ଭାବରେ କାର୍ଯ୍ୟ କରୁଥିଲେ। ଡ୍ରଗ୍ସ ଏବଂ ଅସ୍ତ୍ରଶସ୍ତ୍ରର ବ୍ୟାପକ ସୀମା ଚୋରା କାରବାରରେ ସମ୍ପୃକ୍ତ ଥିବାରୁ ଏନଆଇଏ ଟାର୍ଗେଟରେ ଥିଲେ।

ପୋଲିସ ଆତଙ୍କବାଦୀ ରିନ୍ଦାକୁ “ଏ ପ୍ଲସ୍ ବର୍ଗ”ରେ ରଖିଥିଲା। ମହାରାଷ୍ଟ୍ର, ଚଣ୍ଡିଗଡ଼, ହରିଆଣା ଏବଂ ପଶ୍ଚିମବଙ୍ଗ ଭଳି ଦେଶର ଅନେକ ରାଜ୍ୟର ପୋଲିସ ରିନ୍ଦାକୁ ମୋଷ୍ଟ ଓ୍ୱାଣ୍ଟେଡ ତାଲିକାରେ ରଖିଥିଲେ।

ରିନ୍ଦାର ମୃତ୍ୟୁ ପରେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ଏକ ଡବଲ ଗେମ୍ ଖେଳିବା ଆରମ୍ଭ କରିଛି। ଏକ ଫେସବୁକ ପୋଷ୍ଟ ଜରିଆରେ ରିନ୍ଦା ଜୀବିତ ବୋଲି ଦାବି କରୁଛି। ଏବଂ ମୃତ୍ୟୁ ଖବର ଗୁଜବ ବୋଲି କୁହାଯାଉଛି।

୭୨ ଘଣ୍ଟା ମଧ୍ୟରେ ଖାଲିସ୍ତାନକୁ ଦ୍ୱିତୀୟ ଆଘାତ ଇଟାଲୀରୁ ଲାଗିଛି। ଇଟାଲୀରେ ଗ୍ୟାଙ୍ଗଷ୍ଟର ହରପ୍ରୀତ ସିଂ ଓରଫ ହାପି ସାଙ୍ଗେରାକୁ ହତ୍ୟା କରାଯାଇଛି। ରିନ୍ଦାର ମୃତ୍ୟୁ ପରେ ଖୁସି ସାଙ୍ଗେରାର ମୃତ୍ୟୁକୁ ନେଇ ଭାରତୀୟ ଗୁପ୍ତଚର ସଂସ୍ଥା ନୀରବ ରହିଛି। ଏହି ଗ୍ୟାଙ୍ଗଷ୍ଟର ମୃତ୍ୟୁକୁ ନେଇ ପଞ୍ଜାବର ଗୌରବ ଯାଦବ କହିଛନ୍ତି ଯେ ସେ କେବଳ ଗଣମାଧ୍ୟମରୁ ଏହି ବିଷୟରେ ସୂଚନା ପାଇଛନ୍ତି।

ସେହିପରି ତୃତୀୟ ଖଲିସ୍ତାନ ସଦସ୍ୟ ହେଉଛି କୁଲବିନ୍ଦରଜିତ୍ ସିଂ ଓରଫ ଖାନପୁରିଆ। ଏନଆଇଏ କୁଲବିନ୍ଦରଜିତ ସିଂଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଗିରଫ କରିଛି। ୧୮ ନଭେମ୍ବରରେ ଗିରଫଦାରୀ ସମ୍ପର୍କରେ ଏନଆଇଏ ସୂଚନା ଦେଇଛି। କୁଲବିନ୍ଦରଜିତ ସିଂ ୨୦୧୯ ଠାରୁ ଦେଶ ବାହାରେ ରହୁଥିଲା। ଦିଲ୍ଲୀ ଏବଂ ପଞ୍ଜବରେ ହୋଇଥିବା ଅନେକ ଅପରାଧରେ ସେ ସଂପୃକ୍ତ ଥିବା ଜଣାପଡିଥିଲା। ଏନଆଇଏ କୋର୍ଟ ଖାନପୁରିଆକୁ ପଳାତକ ବୋଲି ଘୋଷଣା କରିଥିଲା।

Leave A Reply

Your email address will not be published.