Latest Odisha News

BREAKING NEWS

ତିହାର ଜେଲକୁ ସ୍ଥାନାନ୍ତରିତ ହେଲେ ନିର୍ଭୟା ମାମଲାର ଦୋଷୀ; ଖୁବଶୀଘ୍ର ମିଳିପାରେ ଫାଶୀ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ୨୦୧୨ ମସିହା ଦିଲ୍ଲୀର ଗଣ ବଳାତ୍କାର ଘଟଣାକୁ ଏହି ସପ୍ତାହରେ ୭ ବର୍ଷ ପୁରିବାକୁ ଯାଉଛି ।

ତେବେ ଏହି ମାମଲା ସହିତ ଜଡ଼ିତ ଦୋଷୀମାନଙ୍କୁ ରବିବାର ଦିନ ମଣ୍ଡୋଲି ଜେଲରୁ ତିହାର ଜେଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ରାଷ୍ଟ୍ରପତି ଯଦି ଏହି ଦୋଷୀମାନଙ୍କୁ କ୍ଷମା ନକରନ୍ତି, ତେବେ ଚଳିତ ମାସ ସୁଦ୍ଧା ଏମାନଙ୍କୁ ନିଶ୍ଚିତ ଭାବେ ଫାଶୀ ମିଳିଯିବ ।

ନିୟମ ଅନୁସାରେ ରାଷ୍ଟ୍ରପତି ଆବେଦନକୁ ଖାରଜ କରିବାର ୧୪ ଦିନ ପରେ ଫାଶୀ ଦିଆଯିବ । ରାଷ୍ଟ୍ରପତିଙ୍କ ଆଦେଶ ଆସିବାର ୧୫ତମ ଦିନରେ ଦୋଷୀମାନଙ୍କୁ ଫାଶୀରେ ଝୁଲାଇ ଦିଆଯିବ । ଏହାରି ମଧ୍ୟରେ କୋର୍ଟରୁ ବ୍ଲାକ ୱାରଣ୍ଟ ଅର୍ଥାତ ଡେଥ ୱାରଣ୍ଟ କରାଯାଇଥାଏ ।

ଦୋଷୀ ବିନୟ ଶର୍ମାଙ୍କ ବ୍ୟତୀତ ଅନ୍ୟ ଦୋଷୀମାନେ ମର୍ସି ଆବେଦନ କରି ନାହାନ୍ତି । ତାଙ୍କର ଓକିଲ ଯଦି ଏବେ ମର୍ସି ଲଗାଇବାକୁ କୋର୍ଟଙ୍କୁ କହିବେ, ତା’ହେଲେ ଏହା କୋର୍ଟଙ୍କ ରାୟ ଉପରେ ନିର୍ଭର କରିବ କିନ୍ତୁ ଏହା ଆଶା ଦେଖାଯାଉ ନାହିଁ । କାରଣ ପୂର୍ବରୁ ହିଁ ସମୟ ଦିଆସରିଛି । ରାଷ୍ଟ୍ରପତି ସବୁଜ ସଂକେତ ଦେବା ପରେ ଦୋଷୀମାନଙ୍କୁ ଫାଶୀ ମିଳିବ ।

ସୂଚନାଯୋଗ୍ୟ, ୨୦୧୨ ମସିହା ଡିସେମ୍ବର ୧୨ ତାରିଖ ରାତିରେ ୨୩ ବର୍ଷୀୟ ନିର୍ଭୟା ସହିତ ହୋଇଥିବା ଗଣଦୁଷ୍କର୍ମ ସା ରାଦେଶକୁ ସ୍ତବ୍ଧ କରି ଦେଇଥିଲା ।

Leave A Reply

Your email address will not be published.