Latest Odisha News

BREAKING NEWS

ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ନୀତି ଆୟୋଗ ଉପାଧ୍ୟକ୍ଷ; ଜାତୀୟ ଶିକ୍ଷା ନୀତିର ସଫଳ କାର୍ଯ୍ୟକାରୀ ବିଷୟ ଆଲୋଚନା

ନୂଆଦିଲ୍ଲୀ: ଶାସ୍ତ୍ରୀ ଭବନ ସ୍ଥିତ ଶିକ୍ଷା ମନ୍ତ୍ରଣାଳୟରେ ନୀତି ଆୟୋଗ ଉପାଧ୍ୟକ୍ଷ ଡା. ସୁମନ କେ ବେରୀ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିଛନ୍ତି । ଏହି ବୈଠକରେ ଜାତୀୟ ଶିକ୍ଷା ନୀତି-୨୦୨୦ ଯୋଜନାବଦ୍ଧ କାର୍ଯ୍ୟକାରୀ ଏବଂ କେନ୍ଦ୍ରୀୟ ଏବଂ ରାଜ୍ୟ ସ୍ତରରେ ଏହାର ପ୍ରସ୍ତୁତି
ଉପରେ ଆଲୋଚନା କରିଛନ୍ତି ।

ସେହିପରି ଭବିଷ୍ୟତ ଶିକ୍ଷାଦାନ, ପାଠପଢା, ସମସାମୟିକ ଦକ୍ଷତା ବିକାଶ ଏବଂ ନବସୃଜନ ଓ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା କରାଯାଇଥିବା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଆଲୋଚନାରେ ଡକ୍ଟର ବେରୀ, ନୀତି ଆୟୋଗର ସମସ୍ତ ପ୍ରସ୍ତୁତି କାର୍ଯ୍ୟକ୍ରମ ଗୁଡ଼ିକର ବିବରଣୀ ବିଷୟରେ ଆଲୋକପାତ କରିଥିଲେ । ନୀତି ଆୟୋଗଙ୍କ ଦ୍ବାରା ନିକଟରେ ପ୍ରକାଶିତ ‘ଇଣ୍ଡିଆ ଇନୋଭେସନ ଇଣ୍ଡେକ୍ସ’ ରିପୋର୍ଟ ବିଷୟରେ ଡ. ବେରୀ କେନ୍ଦ୍ର ମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ।

ଅଟଳ ଇନୋଭେସନ ମିଶନ ମାଧ୍ୟମରେ ସ୍କୁଲରୁ ଶିଳ୍ପ କାରଖାନା ଯାଏଁ ନବସୃଜନକୁ ପ୍ରୋତ୍ସାହିତ କରିବାରେ ନୀତି ଆୟୋଗଙ୍କ ଭୂମିକାକୁ କେନ୍ଦ୍ର ମନ୍ତ୍ରୀ ପ୍ରଶଂସା କରିଛନ୍ତି । ସେହିପରି ଦେଶରେ ଉତ୍ପାଦନ କ୍ଷେତ୍ରରେ ନବସୃଜନ ଓ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରି ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ବାରୋପ କରିଥିଲେ ।

ଏହା ବ୍ୟତୀତ, ନୀତି ଆୟୋଗର ଆସନ୍ତା ପରିଚାଳନା ପରିଷଦ ବୈଠକକୁ ନିମନ୍ତ୍ରଣ କରିଛନ୍ତି । ଆସନ୍ତା ଅଗଷ୍ଟ ୭ ତାରିଖରେ ରାଷ୍ଟ୍ରପତି ଭବନରେ ସାଂସ୍କୃତିକ କେନ୍ଦ୍ରରେ ଅନୁଷ୍ଠିତ ହେବ । ଏହି ବୈଠକରେ ନୀତି ଆୟୋଗ ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ । ଏହି ବୈଠକରେ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଯୋଗ ଦେବେ ।

Leave A Reply

Your email address will not be published.