Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ୬୫୦ କୋଟି ଟଙ୍କାରେ ଓଡ଼ିଶାରେ ପ୍ରତିଷ୍ଠା ହେବ ଆଉ ଏକ କ୍ୟାନ୍ସର ହସ୍ପିଟାଲ୍‌

ଭୁବନେଶ୍ୱର  : ୬୫୦ କୋଟି ଟଙ୍କା ବ୍ୟୟରେ ନାଇଜର ଭୁବନେଶ୍ୱର ଠାରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ କ୍ୟାନ୍ସର ହସ୍ପିଟାଲ୍‌। ହସ୍ପିଟାଲ ନିର୍ମାଣ ପାଇଁ କେନ୍ଦ୍ର ସରକାର ୪ ଶହ କୋଟି ଏବଂ ଟାଟା ଟ୍ରଷ୍ଟ ୨୫୦ କୋଟି ଟଙ୍କା ଦେବେ। ଆସନ୍ତା ୩ ବର୍ଷ ମଧ୍ୟରେ ହସ୍ପିଟାଲ ନିର୍ମାଣ କାର୍ଯ୍ୟକୁ ଶେଷ କରିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ଦକ୍ଷତା ବିକାଶ ଏବଂ ଉଦ୍ୟମତା ମନ୍ତ୍ରଣାଳୟ ଅତିରିକ୍ତ ୧୦ ଏକର ପରିମିତ ଜମି ଯୋଗାଇବ ।

ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ନେଇ ଘୋଷଣା ପରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଲେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ । । ବିଧାନସଭା ଶୂନ୍ୟକାଳରେ  ଧନ୍ୟବାଦ ଦେଲେ ବିଧାୟକ । ୬୫୦ କୋଟି ବ୍ୟୟରେ ନାଇଜର ଭୁବନେଶ୍ବର ଠାରେ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା  ହେବ ।

ଶୂନ୍ୟକାଳରେ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, କ୍ୟାନସର ହସ୍ପିଟାଲ ନିର୍ମାଣ ପାଇଁ ଭାରତ ସରକାର ୪୦୦ କୋଟି ଏବଂ ଟାଟା ଟ୍ରଷ୍ଟ ୨୫୦ କୋଟି ଟଙ୍କା ଦେବ । ଏହା ପଛରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ବଡ଼ ଅବଦାନ ଓ ଉଦ୍ୟମ ରହିଛି । ତାଙ୍କୁ ଏଥିପାଇଁ ସ୍ବାଗତ ଜଣାଉଛି । ଏପରି ନିଷ୍ପତ୍ତି ଜଟଣୀକୁ ଆହୁରି ବିକଶିତ କରିବ ।

କେବଳ ଏତିକି ନୁହେଁ ପାଇକ ପାଇଁ ଧର୍ମେନ୍ଦ୍ର ପ୍ରଧାନ ୨୦୦ କୋଟି ଟଙ୍କା ଦେଇଥିଲେ, ଏବେ ରାଜ୍ୟ ସରକାର ଜମି ଦେଇଛନ୍ତି ତେଣୁ ଉଭୟଙ୍କୁ ଧନ୍ୟବାଦ ।

Leave A Reply

Your email address will not be published.