Latest Odisha News

BREAKING NEWS

ବିଜେପିଠାରୁ ଅଲଗା ହେବା ପାଇଁ ନୀତିଶଙ୍କୁ ଯଚାଯାଉଛି ରାଷ୍ଟ୍ରପତି ପଦବୀର ଲୋଭ !

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଖୁବ ଶୀଘ୍ର ସରିବାକୁ ଯାଉଛି । ପରବର୍ତୀ ରାଷ୍ଟ୍ରପତି କିଏ ହେବେ ସେ ନେଇ ଆରମ୍ଭ ହୋଇଯାଇଛି ଅଙ୍କ କଷା । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ବିଜେପିଠାରୁ ଜେଡିୟୁକୁ ଅଲଗା କରିବା ପାଇଁ ନୀତିଶ କୁମାରଙ୍କୁ ରାଷ୍ଟ୍ରପତି କରିବା ପାଇଁ ବିରୋଧୀମାନେ ଉଦ୍ୟମ ଆରମ୍ଭ କରିଛନ୍ତି । କେ.ଚନ୍ଦ୍ରଶେଖର ରାଓ, ମମତା ବାନାର୍ଜୀ ଓ ମହାବିକାଶ ଅଘାଡି ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି ।

ତେବେ ଏଥିପାଇଁ ନୀତିଶଙ୍କୁ ବିଜେପି ହାତ ଛାଡିବାକୁ ପଡିବ ବୋଲି ସେମାନେ ପରୋକ୍ଷରେ ସର୍ତ ରଖିଛନ୍ତି କହିଲେ ଭୁଲ ହେବନି । ତେବେ ୟୁପି ନିର୍ବାଚନ ପରେ ନୀତିଶଙ୍କ ମୁଡ ଏହାର ସଙ୍କେତ ଦେବ ବୋଲି ଅନୁମାନ କରାଯାଉଛି । ନୀତିଶ, ବିଜେପି କିମ୍ବା ଅନ୍ୟ ବିରୋଧୀ ଦଳ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ କୌଣସି ବୟାନ ଜାରୀ କରାଯାଇ ନାହିଁ ।

Comments are closed, but trackbacks and pingbacks are open.