Latest Odisha News

BREAKING NEWS

ଆଘାତ ସମସ୍ୟା ଯୋଗୁ ଶ୍ରୀଲଙ୍କା ବିପକ୍ଷ ସିରିଜରୁ ଓହରିଲେ ଦୀପକ

ଲକ୍ଷ୍ନୌ: ଶ୍ରୀଲଙ୍କା ବିପକ୍ଷ ଟି୨୦ କ୍ରିକେଟ ସିରିଜ ପୂର୍ବରୁ ଭାରତକୁ ଶକ୍ତ ଧକ୍କା ଲାଗିଛି । ଉଦୀୟମାନ ଅଲରାଉଣ୍ଡର ଦୀପକ ଚାହର ଆଘାତ ସମସ୍ୟା ଯୋଗୁ ଏଥିରୁ ଓହରି ଯାଇଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତିମ ଟି୨୦ ମ୍ୟାଚରେ ସେ ଆଘାତପ୍ରାପ୍ତ ହୋଇଥିଲେ । ବିସିସିଆଇ ଖୁବ୍ ଶୀଘ୍ର ଚାହରଙ୍କ ବଦଳ ଖେଳାଳିଙ୍କ ନାମ ଘୋଷଣା କରିବ ।

ବାଙ୍ଗାଲୋର ସ୍ଥିତ ଜାତୀୟ କ୍ରିକେଟ ଏକାଡେମୀରେ ୫/୬ ସପ୍ତାହ ରହି ଚିକିତ୍ସିତ ହେବେ । ଯେତେଦୂର ସମ୍ଭବ ସେ ସେଠାରୁ ସିଧାସଳଖ ଆଇପିଏଲରେ ଖେଳିବେ । ସୂଚନାଯୋଗ୍ୟ, ଚାହରଙ୍କୁ ଏଥର ୧୪ କୋଟି ଟଙ୍କାରେ ଚେନ୍ନାଇ ସୁପର କିଙ୍ଗସ କିଣିଛି । ଗୁରୁବାରଠାରୁ ଭାରତ-ଶ୍ରୀଲଙ୍କା ଟି୨୦ ସିରିଜ ଆରମ୍ଭ ହେବ ।

Comments are closed, but trackbacks and pingbacks are open.