Latest Odisha News

BREAKING NEWS

ପାଣିପାଗର ବର୍ତ୍ତମାନ ସ୍ଥିତି: ବାତ୍ୟା ନୁହେଁ ୨୨ ଓ ୨୩ ରେ ପ୍ରବଳ ବର୍ଷିବ: ୧୧ ଜିଲ୍ଲା ଉପରେ ପଡିବ ପ୍ରଭାବ

ଭୁବନେଶ୍ୱର: ଆଗକୁ ମାଡି ଆସୁଛି କି ବାତ୍ୟା! ଏନେଇ ସମସ୍ତଙ୍କ ମନରେ ଦ୍ବନ୍ଦ ସୃଷ୍ଟି ହେଉଥିଲା। ଭୟରେ ଥିଲେ ରାଜ୍ୟବାସୀ। ଏବେ କିନ୍ତୁ ଏନେଇ ଏବେ ସ୍ପଷ୍ଟ ସୂଚନା ଜାରି ହୋଇଛି। ଏବେ ବାତ୍ୟା ନୁହେଁ ଗଭୀର ଅବପାତ ରୂପ ନେବ ବଙ୍ଗୋପସାଗର ଲଘୁଚାପ। ଏହାର ପ୍ରଭାବରେ ବଡ ବର୍ଷା ହେବ। ୧୧ ଜିଲ୍ଲା ଉପରେ ପଡିବ ପ୍ରଭାବ। ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

ଅନ୍ୟପଟେ ଆସନ୍ତା କାଲିଠାରୁ ବର୍ଷା ଆରମ୍ଭ ହେବ। ୨୩ ଏବଂ ୨୪ ରେ ପ୍ରବଳ ବର୍ଷା ହେବ। ଉପକୂଳ ଏବଂ ଦକ୍ଷିଣ ଓଡ଼ିଶା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟ ଶାସନ ସଚିବ ବୋଲି ଅନୁ ଗର୍ଗ କହିଛନ୍ତି। ଡ୍ୟାମ ଗୁଡିକରେ କ୍ଷମତା ସମୀକ୍ଷା କରି ଇନ୍ଦ୍ରାବତୀରେ ଏବଂ ତେଲିଙ୍ଗିରି ଡ୍ୟାମରେ ପାଣି କମାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ବାଲିମେଳା, କୋଲାବରେ ଏତେ ପାଣି ନାହିଁ । ସବୁ ଜିଲ୍ଲାରେ କଣ୍ଟ୍ରୋଲ ରୁମ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏସଆରସି ଅଫିସରେ ଆଜିଠୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ପରିଚାଳନା ଆରମ୍ଭ ହୋଇଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ପାଣି ଜମୁଥୁବା ଜାଗା ଗୁଡିକରେ ମେସିନ ପ୍ରସ୍ତୁତ କରି ରଖିବାକୁ ପରାମର୍ଶ ଦିଆଯାଇଛି।

IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା ଜିଲାଗୁଡ଼ିକ ସବୁଠାରୁ ବେଶୀ ପ୍ରଭାବିତ ହେବ। ୨୨ ତାରିଖ ସନ୍ଧ୍ୟାରୁ ୫୫ରୁ ୬୫ କିମି ବେଗରେ ପବନ ବହିବ। ତେଣୁ ୨୩ ଓ ୨୪ ତାରିଖରେ କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବ। ୨୫ ତାରିଖ ବେଳକୁ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ଅଧିକ ବର୍ଷା ହେବ। ଏପରିକି ୨୦ ସେମି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ହେବାକୁ ଥିବାରୁ ନଦୀର ଜଳସ୍ତର ବଢ଼ିବା ସମ୍ଭାବନା ରହିଛି। ତଳିଆ ଅଞ୍ଚଳ ମଧ୍ୟ ଜଳମଗ୍ନ ହୋଇପାରେ। ସହରୀ ବନ୍ୟା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ ବୋଲି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

ସେହିପରି ଆଜିଠାରୁ ମତ୍ସ୍ୟଜୀଵୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି। ବାତ୍ୟା, ବନ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ମୁଖ୍ୟ ଶାସନ ସଚିବ ସମ୍ଭାବ୍ୟ ବାତ୍ୟାକୁ ନେଇ ସମୀକ୍ଷା କରିଛନ୍ତି। ଏହି ବୈଠକରେ ଏସଆରସି, ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା, ଜଳ ସମ୍ପଦ ବିଭାଗର ସର୍ବୋଚ ଯନ୍ତ୍ରୀ, ଅଗ୍ନିଶମ ଡିଜି, ଆଇନଶୃଙ୍ଖଳା ଏଡିଜି ଉପସ୍ଥିତ ଥିଲେ।

Leave A Reply

Your email address will not be published.