ଶିମିଳିପାଳ: କେମିତି ଅଛି ମହାରଷ୍ଟ୍ରର ବାଘୁଣୀ ଯମୁନା? ପାଖାପାଖି ଗୋଟେ ସପ୍ତାହ ବିତିଗଲାଣି, ଜଣାପଡୁନି ବାଘୁଣୀର ଗତିବିଧି । ବାଘୁଣୀର ଗତିବିଧି ଯାଂଚ୍ ପାଇଁ ବେକରେ ଲାଗିଥିଲା ରେଡିଓ କଲାର୍ । ଏବେ ତାର ବ୍ୟାଟେରୀ ସରିଯାଇଥିବାରୁ ବାଘୁଣୀର ଗତିବିଧି ଜଣାପଡୁନି । ଏବେ ଓଡିଶା ବନବିଭାଗ ବାଘୁଣୀ ବେକରୁ ରେଡିଓ କଲାର୍ ହଟାଇବାର ଯୋଜନା କରୁଛି । ସୂଚନା ଅନୁସାରେ ଏହି ରେଡିଓ କଲାର୍ ଏପରି ଡିଜାଇନ କରାଯାଇଛି, ଏହାକୁ ହଟାଇବାରେ ବିଳମ୍ବ ହେଲେ ବି ବାଘୁଣୀର କୌଣସି କ୍ଷତି ହେବ ନାହିଁ । ପାଖାପାଖି ୨ମାସ ହେବ ଯମୁନାର ଗତିବିଧି ଉପରେ ନଜର ରଖିବା ଅସମ୍ଭବ ହୋଇପଡିଥିବା ସୂଚନା ମିଳିଛି । ବେକରେ ଲାଗିଥିବା ରେଡିଓ କଲାର ଓ ଭିଏଚଏଫ୍ ଟ୍ରାକିଂ ସିଷ୍ଟମ ମାଧ୍ୟମରେ ତା ଉପରେ ନଜର ରଖାଯାଉଥିଲା । ଏବେ ରେଡିଓ କଲାର୍ କାମ କରିବା ବନ୍ଦ କରିଦେବାରୁ କିଛି ସପ୍ତାହ ହେବ ପରୋକ୍ଷ ସଙ୍କେତ ଯେମିତିକି ପଂଝା ଚିହ୍ନ ଦେଖି, ଶିକାରର ଅବଶେଷ କିମ୍ବା ତାକୁ ଖୋଜାଖୋଜି କରି ତା ଉପରେ ନଜର ରଖାଯାଉଛି । କ୍ୟାମେରା ଟ୍ରାପିଂରେ ପ୍ରାୟ ଦେଢ ମାସ ପୂର୍ବେ ତାକୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରର ମୁଖ୍ୟ ଅଂଚଳରେ ଛଡାଯାଇଥିଲା ଏବଂ ଫଟୋ ମଧ୍ୟ ଉଠିଥିଲା । ଏବେ ରେଡିଓ କଲାର କାମ କରୁନଥିବାରୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ପକ୍ଷରୁ ବାଲେଶ୍ୱର ବନ୍ୟପ୍ରାଣୀ ବିଭାଗକୁ ଏ ସମ୍ପର୍କରେ ପଦକ୍ଷେ ନେବାକୁ ନିଦେ୍ର୍ଦଶ ଦିଆଯାଇଛି । ଏବେ ବାଲେଶ୍ୱର ବନ୍ୟପ୍ରାଣୀ ବିଭାଗ ଯମୁନା ବେକରେ ଲାଗିଥିବା ରେଡିଓ କଲାର ହଟାଇବାକୁ ପ୍ରୟାସ ଆରମ୍ଭ କରିଛି । ଏହି ପ୍ରକ୍ରିୟା ଦୂରରୁ ରିମୋର୍ଟ ମାଧ୍ୟମରେ କରାଯିବ । ଏଥିପାଇଁ ବାଘୁଣୀକୁ ନିଶ୍ଚେତକ ଦେବାର ଆବଶ୍ୟକତା ନାହିଁ । କଲାରରରୁ ବ୍ୟାଟେରୀ ସରିୟାଇଥିଲେ ବି ସେଥିରେ ଏତିକି ତ ଶକ୍ତି ରହିଛି କି ଦୂରରୁ ତାକୁ ବାଘୁଣୀ ବେକରୁ ଖୋଲାଯାଇପାରିବ ବୋଲି ସୂଚନା ମିଳିଛି । ବାଘ ସଂଖ୍ୟ ବଢାଇବାକୁ ୨୦୨୪ ଅକ୍ଟୋବର ୨୮ରେ ମହାରଷ୍ଟ୍ରର ତାଡୋବା ଅନ୍ଧାରୀ ଅଂଚଳରୁ ଶିମିଳିପାଳକୁ ସ୍ଥାନାନ୍ତରିତ ହୋଇଥିବା ପ୍ରଥମ ବାଘୁଣୀ ଥିଲା ଯମୁନା । ସେହିବର୍ଷ ନଭେମ୍ବର ୯ରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରର ମୁଖ୍ୟ ଅଂଚଳରେ ଛଡାଯାଇଥିଲା । ପରେ ପରେ କୁଳଡିହା ଅଂଚଳରେ ସେ ରହିବାକୁ ଲାଗିଲା । ଚଳିତ ବର୍ଷ ଜିନତ୍ ନାମକ ବାଘୁଣୀ ୪ଟି ଛୁଆ ଜନ୍ମ ଦେଇଥିଲା । ତେଣୁ ବନ ବିଭାଗ ତାର ରେଡିଓ କଲାର୍ ବାହାର କରିବାକୁ ଯୋଜନା କରିଥିଲା ।
BREAKING NEWS
- Salman Khan: ଫ୍ୟାନ୍ସଙ୍କୁ ଚମକାଇଲେ ଭାଇଜାନ୍! ହାଫ୍ ପ୍ୟାଣ୍ଟ ପିନ୍ଧି YouTubeରେ ଏଣ୍ଟ୍ରି କଲେ ସଲମାନ ଖାନ୍, ଛାଡ଼ିଦେବେ କି ଅଭିନୟ?
- ଦିଲ୍ଲୀ ମୁହାଁ CJP ସମର୍ଥକ; ଆନ୍ଦୋଳନ ଅଟକାଇବାକୁ ସମସ୍ତ ରାଜ୍ୟକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର କଡ଼ା ନିର୍ଦ୍ଦେଶ
- Vote Chori Proof: ସିଇସିଙ୍କ ଇସ୍ତଫା ଦାବିରେ ରାଷ୍ଟ୍ରପତିଙ୍କୁ ଭେଟିଲା ଇଣ୍ଡି ମେଣ୍ଟ, ଭୋଟ ଚୋରିର ପ୍ରମାଣ ମାଗିଲେ ମହାମହିମ, ରାହୁଲ କହିଲେ…
- Low Pressure: ବଙ୍ଗୋପସାଗରରେ ୧୩ରେ ଲଘୁଚାପ! ଭିଜିବ ଦଶହରା ନା ପାଗ ରହିବ ଶୁଖିଲା? ଆସିଲା ବଡ଼ ଅପଡେଟ୍
- SI Recruitment Scam: ଏସ୍ଆଇ ନିଯୁକ୍ତି ଦୁର୍ନୀତିରେ ଇଡିର ବଡ଼ ଆକ୍ସନ୍! କୋଟି କୋଟି ଟଙ୍କାର ମନି ଟ୍ରେଲ୍ ଖୋଜୁଛି ତଦନ୍ତକାରୀ ସଂସ୍ଥା, ମୁନା ମହାନ୍ତିଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ରେଡ୍
- Student Polls: ଜେନ୍-ଜିଙ୍କୁ ଡରୁଛି ବିଜେପି? ଛାତ୍ର ସଂସଦ ନିର୍ବାଚନରେ ପକ୍ଷପାତ ଅଭିଯୋଗ, ରାସ୍ତାକୁ ଓହ୍ଲାଇବ ବିଜେଡି!
- Delhi on High Alert: ଦିଲ୍ଲୀରେ ହାଇଆଲର୍ଟ! ୪୫ ମେଟ୍ରୋ ଷ୍ଟେସନ୍ ବନ୍ଦ, ୬୬ରୁ ଅଧିକ ଟ୍ରେନ୍ ବାତିଲ୍, ହଜାର ହଜାର ସୁରକ୍ଷାକର୍ମୀଙ୍କ ନଜର; CJP ପ୍ରଦର୍ଶନ ପୂର୍ବରୁ ରାଜଧାନୀରେ ଅଭୂତପୂର୍ବ ସୁରକ୍ଷା
- କ୍ଷେପଣାସ୍ତ୍ର ଆକ୍ରମଣ ପରେ ସାଉଦି ବିମାନବନ୍ଦରରେ ଆତଙ୍କ; ଭାରତୀୟମାନଙ୍କୁ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ
- ୨ଦିନିଆ ଗସ୍ତ ଓଡ଼ିଶା ଗସ୍ତରେ ମୋହନ ଭାଗବତ
- ବୈଭବଙ୍କୁ କପିଳ ଦେବଙ୍କ ଚେତାବନୀ ,ବିନୋଦ କାମ୍ବଲୀଙ୍କ କ୍ୟାରିୟରକୁ ଦେଖ

Comments are closed.