Latest Odisha News

BREAKING NEWS

ଯୋଡା ମ୍ୟୁନିସିପାଲଟିର ପ୍ରଥମ ଅଧ୍ୟକ୍ଷକଙ୍କ ସହ ବିଜେପିରେ ମିଶିଲେ ବିଜେଡିରେ ବହୁ ନେତା ଓ କର୍ମୀ

ଭୁବନେଶ୍ୱର: ସୁଦୃଢ ହେଉଛି ବିଜେପି । ଅନ୍ୟ ସବୁ ଦଳ ଛାଡି ବିଜେପିରେ ଯୋଗଦେଉଛନ୍ତି ବହୁ ନେତା ଓ କର୍ମୀ । ଏହି ପ୍ରରିପେକ୍ଷୀରେ ଆଜି କେନ୍ଦୁଝର ଜିଲ୍ଲା ଯୋଡା ମ୍ୟୁନିସିପାଲଟିର ପ୍ରଥମ ଅଧ୍ୟକ୍ଷ, ବିଜେଡିର ପୂର୍ବତନ କେନ୍ଦୁଝର ଜିଲ୍ଲା ସଭାପତି ରବିନ୍ଦ୍ର କୁମାର ଦାସ ନିଜର ଶତାଧିକ ସମର୍ଥକଙ୍କ ସହ ବିଜେଡି ଛାଡି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ନୂତନ ସଦସ୍ୟଙ୍କୁ ଉତ୍ତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ଦଳରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରାଇ ଶ୍ରୀ ମହାନ୍ତି ସଦସ୍ୟତା କରାଇଥିଲେ ।

ଏହି ଅବସରରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ‘ରାଜ୍ୟରେ ଖଣି ମାଫିଆଙ୍କ ପ୍ରାଦୁର୍ଭାବ, ଦୁର୍ନୀତିଗ୍ରସ୍ତ ବିଜେଡି ନେତା, ମନ୍ତ୍ରୀ ଓ ସରକାରୀ କର୍ମଚାରୀଙ୍କ ମିଳିତ ସହଯୋଗରେ ଖଣିରୁ ଉତ୍ପନ ହେଉଥିବା ଲୁହାପଥର, ମାଙ୍ଗାନିଜ, ଆଲୁମିନିୟମ, ବକ୍ସାଇଟ୍ ଇତ୍ୟାଦି ଖଣିଜ ପଦାର୍ଥରୁ ବ୍ୟାପକ ମାତ୍ରାରେ ଅର୍ଥ ଆଦାୟ ବେଆଇନ ଭାବେ କରାଯାଉଛି । ଦୁର୍ନୀତି, ଭ୍ରଷ୍ଟାଚାରର ଗନ୍ତାଘର ସାଜିଛି ଓଡ଼ିଶା ଏବଂ ଏହାର ନେତୃତ୍ୱ ନେଉଛି ବିଜେଡି ସରକାର । ବିଜେଡିର ନେତା ଓ ମନ୍ତ୍ରୀଙ୍କ ଦ୍ୱାରା ଏଭଳି ହରିଲୁଟ୍‌କୁ ସହ୍ୟ ନକରିପାରି ବିଜେଡିର ସ୍ୱାଭିମାନୀ ନେତା ଓ କର୍ମୀ ବିଜେପିରେ ଯୋଗଦାନ କରୁଛନ୍ତି’ ।

ସେ ଆହୁରି କହିଛନ୍ତି ଯେ, ଓଡ଼ିଶାର ଏଭଳି ଭ୍ରଷ୍ଟ ଶାସନକୁ ଓଡିଶାବାସୀ କାଢ଼ି ଫୋପାଡି ଦେବେ । ଓଡିଶାର ଲୋକେ ବିଜେଡି ମିଥ୍ୟାକୁ ଜାଣି ସାରିଲେଣି । ଏଥର ଓଡ଼ିଶାବାସୀ ବିଜେପି ସରକାର ଗଠନ କରିବେ । ବିଜେପି ସରକାର ହେଲେ ରାଜ୍ୟର ଖଣି ଅଞ୍ଚଳର ସାମୁହିକ ବିକାଶ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Leave A Reply

Your email address will not be published.