Latest Odisha News

BREAKING NEWS

ଓସିଏ ପଦ ପାଇଁ ଅକ୍ଟୋବର ୨୮ରେ ହେବ ନିର୍ବାଚନ

କଟକ: ଓଡିଶା କ୍ରିକେଟ ଆସୋସିଏଶନ ଖାଲି ପଡିଥିବା ୬ଟି ପଦ ପାଇଁ ଅକ୍ଟୋବର ୨୮ରେ ନିର୍ବାଚନ ହେବ । ଏହି ପଦବୀଗୁଡିକ ହେଲା ସଭାପତି, ଉପ ସଭାପତି, ସେକ୍ରେଟାରୀ, ଜଂଏଟ ସେକ୍ରେଟାରୀ, କୋଷାଧ୍ୟକ୍ଷ ଓ ଓସିଏ ଆପେକ୍ସ କାଉନ୍ସିଲ ସଦସ୍ୟ । ଓସିଏ ଇଲେକ୍ଟୋରାଲ ଅଫିସର ପକ୍ଷରୁ ଜାରୀ କରାଯାଇଥିବା ବିଜ୍ଞପ୍ତି ଅନୁସାରେ ପ୍ରାର୍ଥୀପତ୍ର ଅକ୍ଟୋବର ୨୧ରେ ୧୦ଟା୩୦ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦାଖଲ କରିଯାଇ ପାରିବ । ତଦାରଖ ପରେ ୨୨ରେ ଚୂଡାନ୍ତ ପ୍ରାର୍ଥୀପତ୍ର ତାଲିକା ପ୍ରକାଶ ପାଇବ ।

୨୩ରେ ସକାଳ ୧୦ରୁ ଅପରାହ୍ନ ୧ଟା ମଧ୍ୟରେ ଆବେଦନକାରୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ । ଅକ୍ଟୋବର ୨୮ରେ ନିର୍ବାଚନ ପରେ ଚୂଡାନ୍ତ ଫଳାଫଳ ପ୍ରକାଶ ପାଇବ । ଓସିଏ କନଫେରେନ୍ସ ହଲରେ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହେବ ।

Leave A Reply

Your email address will not be published.